ପ୍ରେମ ପାଇଁ ହାପି ମହାକୁଡ଼ଙ୍କୁ ହତ୍ୟା? ଘଟଣାସ୍ଥଳରେ ପହଞ୍ଚିଲେ ଭଦ୍ରକ SP, ୫ ଜଣଙ୍କୁ ପଚରାଉଚରା
Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁJune 29, 202682 views

ଭଦ୍ରକ ଜିଲ୍ଲାର ଧୁଷୁରୀ ଥାନା ଅଧୀନ ଓଳଗ ଷାଠିବାଙ୍କୁଡା ଗାଁରେ ହାପି ମହାକୁଡ଼ଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ହତ୍ୟା ହୋଇଥିବା ସନ୍ଦେହ କରାଯାଉଥିବାବେଳେ, ପୋଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜୋରଦାର କରିଛି।
ଘଟଣାସ୍ଥଳରେ ଭଦ୍ରକ ଏସପି ମନୋଜ ରାଉତ ପହଞ୍ଚି ତଦନ୍ତର ଅଗ୍ରଗତି ସମୀକ୍ଷା କରିଛନ୍ତି। ବୈଜ୍ଞାନିକ ପ୍ରମାଣ ସଂଗ୍ରହ ସହ ପୋଲିସ ବିଭିନ୍ନ ତଥ୍ୟକୁ ଯାଞ୍ଚ କରୁଛି। ଏପର୍ଯ୍ୟନ୍ତ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି,ଥିବାବେଳେ। ତଦନ୍ତ ଶେଷ ହେବା ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ। ତେଣୁ ପ୍ରେମ ଜନିତ ହତ୍ୟା ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ, ଏନେଇ ଏପର୍ଯ୍ୟନ୍ତ କୌଣସି ସରକାରୀ ପୁଷ୍ଟ ହୋଇନାହିଁ।
