ତାଳଚେରରେ ପୂର୍ବତନ ସରପଞ୍ଚଙ୍କ ଶଶୁରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ବିଧାୟକ ବ୍ରଜକିଶୋର ପ୍ରଧାନ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJune 28, 202688 views

ଅନୁଗୋଳ: ତାଳଚେର ବ୍ଲକ ଅନ୍ତର୍ଗତ କର୍ଣ୍ଣପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀମତୀ ପ୍ରଭାତୀ ପ୍ରଧାନଙ୍କ ଶଶୁର ୰ ଗୁଲେଖ ପ୍ରଧାନଙ୍କ ଅକାଳ ବିୟୋଗ ଖବର ପାଇ ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ ତାଙ୍କ ବାସଭବନରେ ପହଞ୍ଚି ଅନ୍ତିମ ଦର୍ଶନ କରିଥିଲେ।
ଏହି ଅବସରରେ ସେ ସ୍ୱର୍ଗତ ଗୁଲେଖ ପ୍ରଧାନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ଏହି ଅପୂରଣୀୟ କ୍ଷତି ସହିବା ପାଇଁ ପରିବାରକୁ ଅସୀମ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରିବାକୁ କାମନା କରିଥିଲେ।
ଏହି ସମୟରେ ସ୍ଥାନୀୟ ଜନପ୍ରତିନିଧି, ଦଳୀୟ କର୍ମୀ ଏବଂ ବହୁ ଶୁଭେଚ୍ଛୁ ଉପସ୍ଥିତ ରହି ସ୍ୱର୍ଗତ ଗୁଲେଖ ପ୍ରଧାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
