ଦିନକ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା; ୧୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ମୁତୟନ ହେବେ ୭୨ ପ୍ଲାଟୁନ ପୋଲିସ
Puri (ପୁରୀ)ରିପୋର୍ଟ: ପ୍ରଭାତ କୁମାର ବାରିକJune 28, 202632 views

ପୁରୀ, : ଦିନକ ପରେ ପବିତ୍ର ସ୍ନାନ ପୂର୍ଣ୍ଣିମା। ପୁରୀକୁ ଭକ୍ତମାନଙ୍କର ସୁଅ ଛୁଟୁଛି। ପୁରୀ ଧାମରେ ଜନଗହଳି ବଢ଼ିବାରେ ଲାଗିଛି। ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି।
ଶ୍ରୀମନ୍ଦିରରେ ପ୍ରାୟ ୧୪ ଘଣ୍ଟା ଧରି ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଆଜି ରାତି ସାଢ଼େ ୧୦ଟାରୁ ଆସନ୍ତାକାଲି ଅପରାହ୍ନ ୧ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ସୋମବାର ସ୍ନାନଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ପୂର୍ବ ପ୍ରସ୍ତୁତି ପାଇଁ ଏହି ପଦକ୍ଷେପ ନିଆଯାଇଥିବା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।
ସ୍ନାନଯାତ୍ରା ପାଇଁ ପୁରୀରେ ଟ୍ରାଫିକ କଟକଣା ଜାରି ହୋଇଛି। ସୁରକ୍ଷା ବ୍ୟବସ୍ଥା ଓ ଭିଡ଼ ନିୟନ୍ତ୍ରଣକୁ ସୁନିଶ୍ଚିତ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ପାର୍କିଂ ପାଇଁ ମଧ୍ୟ ସ୍ୱତନ୍ତ୍ର ସ୍ଥାନ ଚିହ୍ନଟ କରାଯାଇଛି।
