ଅନୁଗୋଳରେ ‘ଉଦ୍ୟମୀ ଓଡ଼ିଶା–୨୦୨୬’ କାର୍ଯ୍ୟକ୍ରମ ଉଦ୍ଘାଟିତ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJune 28, 202689 views

ଅନୁଗୋଳ: ଅନୁଗୋଳ ବିଜୁ ମଇଦାନଠାରେ ଆୟୋଜିତ ‘ଉଦ୍ୟମୀ ଓଡ଼ିଶା – ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କାର୍ଯ୍ୟକ୍ରମ–୨୦୨୬’ ମୁଖ୍ୟଅତିଥି ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା। ଏହି ଅବସରରେ ବିଭିନ୍ନ ଉଦ୍ୟୋଗ ଓ ସ୍ୱୟଂସହାୟକ ଗୋଷ୍ଠୀଙ୍କ ଷ୍ଟଲ୍ ପରିଦର୍ଶନ କରାଯାଇଥିଲା ଏବଂ ମହିଳା ଉଦ୍ୟମୀମାନଙ୍କ ସହ ଆଲୋଚନା କରାଯାଇ ସରକାରଙ୍କ ପକ୍ଷରୁ ମିଳୁଥିବା ବିଭିନ୍ନ ସହାୟତା ଓ ପ୍ରୋତ୍ସାହନ ଯୋଜନା ସମ୍ପର୍କରେ ସୂଚନା ଦିଆଯାଇଥିଲା।
ଏହି ଅବସରରେ ବକ୍ତାମାନେ କହିଥିଲେ ଯେ, ସମୃଦ୍ଧ ଓଡ଼ିଶା ଗଠନରେ ମହିଳାମାନେ କେବଳ ବିକାଶର ଅଂଶୀଦାର ନୁହେଁ, ବରଂ ବିକାଶର ନେତୃତ୍ୱ ନେବାରେ ସକ୍ଷମ ହେବେ। ସେଥିପାଇଁ ମହିଳା ଉଦ୍ୟମୀଙ୍କୁ ସଶକ୍ତ କରିବା ନିମନ୍ତେ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ସହଯୋଗ ଯୋଗାଇ ଆସୁଛନ୍ତି।
କାର୍ଯ୍ୟକ୍ରମରେ ଅନୁଗୋଳ ପୌରପାଳିକାର ପୌରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ, ଜିଲ୍ଲା ଶିଳ୍ପ କେନ୍ଦ୍ର (DIC)ର ଅଧିକାରୀମାନେ ଏବଂ ବହୁ ସଂଖ୍ୟକ ଉଦ୍ୟମୀ ଓ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ଥିଲେ।
