ଟାଟା ଷ୍ଟିଲ୍ ମେରାମଣ୍ଡଳୀ ସମ୍ପ୍ରସାରଣ ପାଇଁ ଜନଶୁଣାଣି, ସ୍ଥାନୀୟ ନିଯୁକ୍ତି ଓ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦାବି
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJune 28, 202680 views

ଅନୁଗୋଳ: ଟାଟା ଷ୍ଟିଲ୍ ମେରାମଣ୍ଡଳୀର ପ୍ରସ୍ତାବିତ ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସ୍ପିସିବି) ଏବଂ ଜିଲ୍ଲା ପ୍ରଶାସନଙ୍କ ତତ୍ତ୍ୱାବଧାନରେ ଜନଶୁଣାଣି ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ (ରାଜସ୍ୱ) ଉଦୟ କୁମାର ମହାପାତ୍ର ଏହାର ଅଧ୍ୟକ୍ଷତା କରିଥିଲେ।
ଜନଶୁଣାଣିରେ କମ୍ପାନୀ ପକ୍ଷରୁ ପ୍ରସ୍ତାବିତ ସମ୍ପ୍ରସାରଣ, ପରିବେଶ ପରିଚାଳନା ଓ ଗୋଷ୍ଠୀ ବିକାଶ ଯୋଜନା ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଥିଲା। ବର୍ତ୍ତମାନ କାରଖାନାର ୫.୬ ମିଲିୟନ ଟନ୍ ଅଶୋଧିତ ଇସ୍ପାତ ଉତ୍ପାଦନ କ୍ଷମତାକୁ ୭.୧ ମିଲିୟନ ଟନ୍ ଏବଂ ଫିନିଶ୍ଡ ଷ୍ଟିଲ୍ ଉତ୍ପାଦନକୁ ୮.୩ ମିଲିୟନ ଟନ୍କୁ ବୃଦ୍ଧି କରିବା ପ୍ରସ୍ତାବ ରହିଛି।
ଏହି ଅବସରରେ ସ୍ଥାନୀୟ ବାସିନ୍ଦା, ଜନପ୍ରତିନିଧି ଓ ବୁଦ୍ଧିଜୀବୀମାନେ ସ୍ଥାନୀୟ ଯୁବକ-ଯୁବତୀଙ୍କୁ ନିଯୁକ୍ତିରେ ପ୍ରଥମ ପ୍ରାଥମିକତା, ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ, ରାସ୍ତା, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ଖେଳପଡ଼ିଆ ଓ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦେବାକୁ ଦାବି କରିଥିଲେ।
ସେହିପରି ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ବଢ଼ୁଥିବା ଶିଳ୍ପ ପ୍ରଦୂଷଣ ପ୍ରତି ଚିନ୍ତା ବ୍ୟକ୍ତ କରି ସମ୍ପ୍ରସାରଣ ସହ ପରିବେଶ ସୁରକ୍ଷା ଏବଂ ଆଖପାଖ ଅଞ୍ଚଳର ସାମଗ୍ରିକ ବିକାଶକୁ ସମାନ ଗୁରୁତ୍ୱ ଦେବାକୁ ଲୋକେ ଦାବି ଉଠାଇଥିଲେ।
