ମହିଳା ଙ୍କୁ କାମୁଡ଼ିଲା ନାଗ ସାପ, ନାଗ ସାପ କୁ ଧରି ଅନୁଗୋଳ ମେଡିକାଲ ଗଲେ ପରିବାର
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJune 27, 202675 views

ଅନୁଗୋଳ: ଅନୁଗୋଳ ଜିଲ୍ଲାର ପୁରୁଣାଗଡ଼ ବଣିଆ ସାହି ଅଞ୍ଚଳରେ ସାପ କାମୁଡ଼ାରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ଘର ଅଗଣାରେ ବସିଥିବା ବେଳେ ହଠାତ୍ ଏକ ନାଗ ସାପ ତାଙ୍କୁ କାମୁଡ଼ି ଦେଇଥିଲା। ପରିବାର ଲୋକେ ତୁରନ୍ତ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଆଜି ଦିନ ପ୍ରାୟ ୧୨ଟା ୩୦ ମିନିଟ୍ ସମୟରେ ପୁରୁଣାଗଡ଼ ବଣିଆ ସାହିର ସଞ୍ଜୁକ୍ତା ବାରିକ (୫୦), ସ୍ୱର୍ଗତ ଧନେଶ୍ୱର ବାରିକଙ୍କ ପତ୍ନୀ, ଘର ଅଗଣାରେ ବସିଥିବା ବେଳେ ହଠାତ୍ ଏକ ନାଗ ସାପ ତାଙ୍କ ପିଚା ପାଖରେ କାମୁଡ଼ି ଦେଇଥିଲା। ସାପ କାମୁଡ଼ିବା ପରେ ପରିବାର ଲୋକେ ତୁରନ୍ତ ତାଙ୍କୁ ଟାଟା ମ୍ୟାଜିକ୍ ଯୋଗେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରିଥିଲେ। ବର୍ତ୍ତମାନ ସେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି। ପରେ ତାଙ୍କ ଦିଅର ଶରତ ବାରିକ ସାପକୁ ଧରି ମେଡିକାଲ ରେ ପହଁଚିଛନ୍ତି।
