--:--:--
-- ---
Srishti News

ବିଜେପି ରାଜ୍ୟ ସଭାପତିଙ୍କ କେନ୍ଦ୍ରାପଡ଼ା ଗସ୍ତ; ସାଙ୍ଗଠନିକ ବୈଠକରେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଉପରେ ଜୋର

Kendrapara (କେନ୍ଦ୍ରାପଡ଼ା)ରିପୋର୍ଟ: କୈଳାଶ ଚନ୍ଦ୍ର ବଳ, ପଟ୍ଟାମୁଣ୍ଡାଇJune 27, 202691 views
ବିଜେପି ରାଜ୍ୟ ସଭାପତିଙ୍କ କେନ୍ଦ୍ରାପଡ଼ା ଗସ୍ତ; ସାଙ୍ଗଠନିକ ବୈଠକରେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଉପରେ ଜୋର
କେନ୍ଦ୍ରାପଡ଼ା: ଭାରତୀୟ ଜନତା ପାର୍ଟି (ବିଜେପି)ର ରାଜ୍ୟ ସଭାପତି ମନମୋହନ ସାମଲଙ୍କ କେନ୍ଦ୍ରାପଡ଼ା ଗସ୍ତ ଅବସରରେ ଜିଲ୍ଲାସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା। ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ସଂଗଠନକୁ ଅଧିକ ସୁଦୃଢ଼ କରିବା, ସାଧାରଣ ଲୋକଙ୍କ ସହ ସମନ୍ୱୟ ବଢ଼ାଇବା ଏବଂ ଜନସେବାମୂଳକ କାର୍ଯ୍ୟକ୍ରମକୁ ଗତିଶୀଳ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ବୈଠକରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ପୂର୍ବତନ ବିଧାୟକ ଅଲେଖ କୁମାର ଜେନା, ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ, କେନ୍ଦ୍ରାପଡ଼ା ବିଧାୟକ ପ୍ରାର୍ଥୀ ଗୀତାଞ୍ଜଳି ସେଠୀ, ମହାକାଳପଡ଼ା ବିଧାୟକ ଦୁର୍ଗାପ୍ରସାଦ ନାୟକ, ପାଟକୁରାର ତେଜସ୍ୱର ପରିଡ଼ା, ରାଜନଗରର ଲଳିତ କୁମାର ବେହେରା ଏବଂ ଆଳିର କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ସମେତ ବହୁ ଦଳୀୟ ନେତା ଉପସ୍ଥିତ ଥିଲେ। ଜିଲ୍ଲାର ବିଭିନ୍ନ ଜୋନ୍‌, ପଞ୍ଚାୟତ ଓ ମଣ୍ଡଳ ସଭାପତିଙ୍କ ସହ ବହୁ ସଂଖ୍ୟକ କର୍ମୀ ବୈଠକରେ ଯୋଗଦେଇ ସଂଗଠନକୁ ତୃଣମୂଳ ସ୍ତରରେ କିପରି ଅଧିକ ସକ୍ରିୟ କରାଯିବ, ସେନେଇ ଆଲୋଚନା କରିଥିଲେ। ବିଶେଷକରି ୧୭ ନମ୍ବର ଜୋନ୍‌ ସଭାପତି ସ୍ୱାଗତ କୁମାର ଦାସ ନିଜ ଅଞ୍ଚଳର ବହୁ କର୍ମୀଙ୍କୁ ନେଇ ବୈଠକରେ ଯୋଗଦେଇଥିଲେ। ଦଳୀୟ କର୍ମୀମାନେ ତାଙ୍କ ସାଙ୍ଗଠନିକ ଦକ୍ଷତା ଏବଂ ଚନ୍ଦନନଗର ପଞ୍ଚାୟତରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପର ପ୍ରଶଂସା କରିଥିଲେ। ବୈଠକରେ ଆଗାମୀ ଦିନରେ ଜନସମସ୍ୟାର ସମାଧାନ, ସଂଗଠନର ସମ୍ପ୍ରସାରଣ ଏବଂ ପଞ୍ଚାୟତ ନିର୍ବାଚନ ପାଇଁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ନେତୃବୃନ୍ଦ ଆହ୍ୱାନ ଜଣାଇଥିଲେ।