କଳମଛୁଇଁର ଗୋପବନ୍ଧୁ ଜରାଶ୍ରମ ପରିଦର୍ଶନ କଲେ ବିଧାୟକ ବ୍ରଜକିଶୋର ପ୍ରଧାନ
Angul (ଅନୁଗୋଳ)ରିପୋର୍ଟ:ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJune 27, 202680 views

ଅନୁଗୋଳ: ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ଗ୍ରାମରେ ଗୋପବନ୍ଧୁ ମାନବ କଲ୍ୟାଣ ସମିତି ଦ୍ୱାରା ପରିଚାଳିତ "ଗୋପବନ୍ଧୁ ଜରାଶ୍ରମ" ପରିଦର୍ଶନ କରିଛନ୍ତି ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ।
ପରିଦର୍ଶନ ସମୟରେ ସେ ଜରାଶ୍ରମରେ ଆଶ୍ରୟ ନେଇଥିବା ବୟସ୍କ ଗୁରୁଜନମାନଙ୍କ ସହ ସାକ୍ଷାତ କରି ସେମାନଙ୍କ ସୁଖ-ଦୁଃଖ, ସ୍ୱାସ୍ଥ୍ୟାବସ୍ଥା ଓ ଦୈନନ୍ଦିନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ସେମାନଙ୍କ ସହ କିଛି ସମୟ ଅତିବାହିତ କରି ସେମାନଙ୍କ ଆଶୀର୍ବାଦ ଗ୍ରହଣ କରିବା ସହ ସଦା ସର୍ବଦା ସେମାନଙ୍କ ସହଯୋଗରେ ରହିବାକୁ ପ୍ରତିଶ୍ରୁତି ଦେଇଥିଲେ।
ଏହି ଅବସରରେ ଜରାଶ୍ରମ ପକ୍ଷରୁ ବିଧାୟକଙ୍କୁ ସ୍ୱାଗତ କରାଯାଇଥିବା ବେଳେ ସେ ଜରାଶ୍ରମର ପରିଚାଳନା ଓ ବୃଦ୍ଧବୃଦ୍ଧାଙ୍କ ସେବାକାର୍ଯ୍ୟକୁ ପ୍ରଶଂସା କରିଥିଲେ। ଏହି ପରିଦର୍ଶନ ସମୟରେ ସ୍ଥାନୀୟ ବିଜେଡି କର୍ମୀ, ସମାଜସେବୀ ଓ ଜରାଶ୍ରମର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
