--:--:--
-- ---
Srishti News

ଆସିକା ଚିନି କଳ କୁ ପରିଦର୍ଶନ କଲେ ଗଞ୍ଜାମ ଜିଲ୍ଲାପାଳ

Ganjam (ଗଞ୍ଜାମ)ରିପୋର୍ଟ: ବିଜୟ ନନ୍ଦ ତ୍ରିପାଠୀ, ଭଞ୍ଜନଗରJune 27, 202673 views
ଆସିକା ଚିନି କଳ କୁ ପରିଦର୍ଶନ କଲେ ଗଞ୍ଜାମ ଜିଲ୍ଲାପାଳ
ଆଜି ଗଞ୍ଜାମ ଜିଲ୍ଲାପାଳ ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଆସିକା ଚିନି କାରଖାନା ପରିଦର୍ଶନ କରି କାରଖାନାର ବିଭିନ୍ନ ବିଭାଗର କାର୍ଯ୍ୟ ଓ ଅଗ୍ରଗତିର ସମୀକ୍ଷା କରିଥିଲେ। ଏହି ଅବସରରେ କାରଖାନାର ଉପଯୁକ୍ତ ରକ୍ଷଣାବେକ୍ଷଣ, ଚିନି ଉତ୍ପାଦନରେ ଗୁଣାତ୍ମକ ବୃଦ୍ଧି ଏବଂ କାର୍ଯ୍ୟଦକ୍ଷତାକୁ ଅଧିକ ସୁଦୃଢ଼ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ପ୍ରଦାନ କରିଥିଲେ।