କଳାହାଣ୍ଡି : ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ଏଠି ସମ୍ପୂର୍ଣ୍ଣ ବିଫଳ
Kalahandi (କଳାହାଣ୍ଡି)ରିପୋର୍ଟ - ଦେବରାଜ ବାଣୁଆ,ଜୁନାଗଡJune 27, 2026144 views

ଜୁନାଗଡ଼ : ଭଇରୀଗୁଡା,ଜୁନାଗଡ, କୁରୁଗୁଡା, ମରାଯୋର୍ ଚାଷୀ ମାନେ ଗତ ୨୦୧୪-୧୫ ମସିହା ଠାରୁ ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ର ଡାହାଣ କେନାଲ ଠାରୁ ଜଳସେଚନ ରୁ ବଞ୍ଚିତ କରାଯାଇ ଅଛି। ଏଠି ସମ୍ପୂର୍ଣ୍ଣ ଭାବରେ ଜଳସେଚନ୍ ଫେଳ ମାରିଛି । ବିଭାଗୀୟ ଅଧିକାରୀ ଙ୍କୁ ପଚାରିଲେ କେନାଲ ମରାମତି ହେବ ବୋଲି ଉତ୍ତର ଆସୁଛି ।କେବଳ ଏହି ଅଞ୍ଚଳ କୃଷି ଉପରେ ନିର୍ଭର କରନ୍ତି। ଚାଷ କାମ ନ କରି ପାରିବାରୁ ଚାଷୀଙ୍କ ସ୍ଥିତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିବା ଛନ୍ତି। ଚାଷୀ ମହଲରେ ଅସନ୍ତୋଷ ର ବାତାବରଣ ସୃଷ୍ଟି ହୋଇଛି। ବର୍ତ୍ତମାନ ନିଅଣ୍ଟିଆ ବର୍ଷାକୁ କେନାଲ ମରାମତି ଅପେକ୍ଷାରେ ଥିବା ଚାଷୀ କରିବ କଣ ? ପ୍ରଶାସନ ଶୀଘ୍ର ମରାମତି ତଥା ଜଳସେଚନ
କୁ ପ୍ରାଧାନ୍ୟ ଦେଲେ ଚାଷୀ ମାନେ ଉପକୃତ ହେବେ ବୋଲି ଆଶା ରଖିଛନ୍ତି ।
