ଲୋକସେବା ଭବନରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିତରଣ: ଖୁବଶୀଘ୍ର ଆସିବ ନୂଆ ଚଳଚ୍ଚିତ୍ର ନୀତି
Bhubaneswar (ଭୁବନେଶ୍ୱର)ରିପୋର୍ଟ: କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧିJune 27, 202628 views

ଭୁବନେଶ୍ୱର: ଲୋକସେବା ଭବନ କନଭେନସନ୍ ସେଣ୍ଟରଠାରେ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ। ଏହି ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ ଓଡ଼ିଆ ସିନେ ଜଗତର କୃତି ପ୍ରତିଭାମାନଙ୍କୁ ସମ୍ମାନିତ କରିଛନ୍ତି। ଓଡ଼ିଆ ସିନେମାର ସର୍ବୋଚ୍ଚ 'ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ' (ଜୀବନବ୍ୟାପୀ ସାଧନା)ରେ ବରିଷ୍ଠ ଚଳଚ୍ଚିତ୍ର ନିର୍ମାତା ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ (୨୦୨୩) ଏବଂ ବିଶିଷ୍ଟ ଅଭିନେତ୍ରୀ ନମ୍ରତା ଦାସ (୨୦Label)ଙ୍କୁ ସମ୍ମାନିତ କରାଯାଇଛି। ଏହାସହ ମୋଟ ୬୨ଟି ବିଭାଗରେ କଳାକାର ଓ ଟେକନିସିଆନମାନଙ୍କୁ ପୁରସ୍କୃତ କରାଯାଇଛି।
ଦୁଇଟି ବଡ଼ ଘୋଷଣା କରାଯାଇ ଥିବାର ଜଣାଯାଏ ସେଥି ମଧ୍ୟରୁ ସିନେମାର ପୁନରୁଦ୍ଧାର ଏବଂ କଳାକାରଙ୍କ ସୁରକ୍ଷା ପାଇଁ ଖୁବ୍ଶୀଘ୍ର ଏକ ଯୁଗାନ୍ତକାରୀ ‘ଚଳଚ୍ଚିତ୍ର ନୀତି’ ପ୍ରଣୟନ ହେବ। ଯୁବପ୍ରତିଭାମାନଙ୍କୁ ରାଜ୍ୟରେ ହିଁ ଆନ୍ତର୍ଜାତୀୟ ସ୍ତରର ରୋଜଗାର ଓ ପ୍ରଶିକ୍ଷଣ ଦେବା ପାଇଁ କଳିଙ୍ଗ ଷ୍ଟୁଡ଼ିଓକୁ ଦେଶର ଏକ ପ୍ରମୁଖ ଡିଜିଟାଲ୍ ଏବଂ ପୋଷ୍ଟ-ପ୍ରଡକ୍ସନ ହବ୍ରେ ପରିଣତ କରାଯାଉଛି।
ଓଡ଼ିଆ ସିନେମାର ଏହି ନୂତନ ସୂର୍ଯ୍ୟୋଦୟ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ 'ଟିମ୍ ଓଡ଼ିଶା' ହୋଇ ମାଟିର ମୌଳିକ କାହାଣୀ ଓ ସଂସ୍କୃତିକୁ ଆଗେଇ ନେବାକୁ ଆହ୍ୱାନ ଦେଇଛନ୍ତି।
