--:--:--
-- ---
Srishti News

ସାମ୍ବାଦିକ ଗୌରବ ସ୍ୱର୍ଗତ ଦିବାକର ମିଶ୍ରଙ୍କ ୧୧୦ତମ ଜୟନ୍ତୀ ପାଳିତ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJune 27, 202658 views
ସାମ୍ବାଦିକ ଗୌରବ ସ୍ୱର୍ଗତ ଦିବାକର ମିଶ୍ରଙ୍କ ୧୧୦ତମ ଜୟନ୍ତୀ ପାଳିତ
ଅନୁଗୋଳ: ତାଳଚେରର ବିଶିଷ୍ଟ ସାମ୍ବାଦିକ ଓ କାର୍ଟୁନିଷ୍ଟ, ସାମ୍ବାଦିକ ଗୌରବ ସ୍ୱର୍ଗତ ଦିବାକର ମିଶ୍ରଙ୍କ ୧୧୦ତମ ଜନ୍ମ ଜୟନ୍ତୀ ତାଳଚେରର ବଜାର ଛକ, ପ୍ରେସ କ୍ଲବ ଓ ରାମଚନ୍ଦ୍ର ବଜାରସ୍ଥିତ ପବ୍ଲିକ୍ ସର୍ଭିସ୍ ୟୁନିଟ୍‌ରେ ଶ୍ରଦ୍ଧାର ସହ ପାଳିତ ହୋଇଛି। ବଜାର ଛକରେ ଆୟୋଜିତ କାର୍ଯ୍ୟକ୍ରମରେ ତାଳଚେର ପୌରପାଳ ପବିତ୍ର ଭୂତିଆ ଓ ଅନୁଗୋଳ ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ସାମ୍ବାଦିକତା ଓ ସମାଜ ପ୍ରତି ଅବଦାନକୁ ସ୍ମରଣ କରିଥିଲେ। ହାଟତୋଟାସ୍ଥିତ ପ୍ରେସ କ୍ଲବରେ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜୟନ୍ତୀ ସଭାରେ ସାମ୍ବାଦିକ, ସମାଜସେବୀ ଓ ବୁଦ୍ଧିଜୀବୀମାନେ ଯୋଗଦେଇ ସ୍ୱର୍ଗତ ଦିବାକର ମିଶ୍ରଙ୍କ କର୍ମମୟ ଜୀବନ, ସାମ୍ବାଦିକତା ଏବଂ ସାମାଜିକ ଅବଦାନ ଉପରେ ସ୍ମୃତିଚାରଣ କରିଥିଲେ। ଶେଷରେ ସମସ୍ତେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।