ରାଜ୍ୟ ସ୍ତରୀୟ ୧୫ତମ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ତାଳଚେର ରାଇଫଲ କ୍ଲବର ସଫଳତା : ୧୦ଟିବ ପଦକ ହାସଲ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJune 27, 202677 views

ଅନୁଗୋଳ: ତାଳଚେର ରାଜ୍ୟ ସ୍ତରୀୟ ୧୫ତମ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ତାଳଚେର ରାଇଫଲ କ୍ଲବର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରି ତାଳଚେର ସହ ଅନୁଗୋଳ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। କ୍ଲବର ପ୍ରତିଯୋଗୀମାନେ ମୋଟ ୧୦ଟି ପଦକ ଜିତି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି।
କ୍ଲବର କୋଷାଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ସାହୁ .22 ପିସ୍ତଲ ସିନିୟର ଭେଟେରାନ ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ, କ୍ଲବର ସମ୍ପାଦକ ସରତ ଦେବ .22 ପିସ୍ତଲ ମାଷ୍ଟର ବିଭାଗରେ ରୌପ୍ୟ ପଦକ ହାସଲ କରିଛନ୍ତି।
ସେହିପରି ମନୋରଞ୍ଜନ ଦାସ .22 ପିପ୍ ସାଇଟ୍ ରାଇଫଲ ବିଭାଗରେ ରୌପ୍ୟ ପଦକ ଜିତିଥିବା ବେଳେ, ୟୁଥ୍ ବିଭାଗରେ ସୋମନାଥ ବାରିକ .177 ପିପ୍ ସାଇଟ୍ ରାଇଫଲରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସାଇନା ସାହୁ ଓ ଆର୍ୟମାନ ସିଂଘାନିଆ .22 ପିପ୍ ସାଇଟ୍ ରାଇଫଲ ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ରୀତିକା ରାଜ, ଆୟୁଷ୍ମାନ ଦାସ ଓ ଅମୃତ ଆନନ୍ଦ ରୌପ୍ୟ ପଦକ ହାସଲ କରିଛନ୍ତି। ଏହାଛଡ଼ା ଶୁଭମ ମହାପାତ୍ର କାଂସ୍ୟ ପଦକ ଅର୍ଜନ କରିଛନ୍ତି।
ତାଳଚେର ରାଇଫଲ କ୍ଲବର ଏହି ସଫଳତା ପାଇଁ କ୍ରୀଡ଼ାପ୍ରେମୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। ବିଜେତା ପ୍ରତିଯୋଗୀମାନଙ୍କୁ ବିଭିନ୍ନ ମହଳରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି।
