--:--:--
-- ---
Srishti News

ଅଜଣା ଗାଡ଼ି ଧକ୍କା ରେ ଯୁବକ ଙ୍କ ମୃତୁ

Balasore (ବାଲେଶ୍ୱର)ରିପୋର୍ଟ: ପ୍ରଭାତ କୁମାର ବାରିକ, ବାଲେଶ୍ଵରJune 27, 202660 views
ଅଜଣା ଗାଡ଼ି ଧକ୍କା ରେ ଯୁବକ ଙ୍କ ମୃତୁ
୧୬ନମ୍ବର ଜାତୀୟ ରାଜପଥର ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ମାଣକାହାଣୀ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଅଜଣା ଯୁବକଙ୍କ ମୃତ୍ୟୁ ହୋଇଛି।  ସୂଚନା ଅନୁସାରେ ଆଜି ସକାଳ ୫ଟା ୩୦ ରେ ସୋରରୁ ବାଲେଶ୍ୱର ଅଭିମୁଖେ ଏକ ବାଜାଜ ଡିସ୍କଭର ମଟର ସାଇକେଲ (ଓଡ଼ି ୦୧ଏମ ୨୮୩୬) ଯାଉଥିବା ବେଳେ ମାଣ କାହାଣୀ ନିକଟରେ ଜାତୀୟ ରାଜପଥ  ଉପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିରହିଥିଲା।    ସୂଚନା ପାଇ ଜାତୀୟ ରାଜପଥ ପାଟ୍ରୋଲିଂ ପୁଲିସ ଜେପି ଏ ଖାନଙ୍କ ସହିତ ତାଙ୍କ ଷ୍ଟାଫ ଘଟଣାସ୍ଥଳରେ ପଂହଛି ରେମୁଣା ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନଥିବା ବେଳେ ପୁଲିସ ବାଇକକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।