--:--:--
-- ---
Srishti News

ପବିତ୍ର ମୋହନ ମେଡିକାଲରେ ସ୍ୱାସ୍ଥ୍ୟସେବାକୁ ନେଇ ଅସନ୍ତୋଷ, ଉନ୍ନତ ଚିକିତ୍ସା ବ୍ୟବସ୍ଥା ଦାବି

Angul (ଅନୁଗୋଳ)ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନାJune 27, 202646 views
ପବିତ୍ର ମୋହନ ମେଡିକାଲରେ ସ୍ୱାସ୍ଥ୍ୟସେବାକୁ ନେଇ ଅସନ୍ତୋଷ, ଉନ୍ନତ ଚିକିତ୍ସା ବ୍ୟବସ୍ଥା ଦାବି
ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ ପବିତ୍ର ମୋହନ ମେଡିକାଲରେ ଚିକିତ୍ସା ସେବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଉଛି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ମେଡିକାଲକୁ ଆସୁଥିବା ଅନେକ ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ନ ଦେଇ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ଅନ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ରେଫର କରାଯାଉଥିବାରୁ ରୋଗୀ ଓ ସେମାନଙ୍କ ପରିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏତେ ବଡ଼ ମେଡିକାଲ ପ୍ରତିଷ୍ଠାନ ଥିବା ସତ୍ତ୍ୱେ ଯଦି ଅଧିକାଂଶ ରୋଗୀଙ୍କୁ ବାରମ୍ବାର ରେଫର କରାଯାଉଛି, ତେବେ ଏହାର ଉଦ୍ଦେଶ୍ୟ ଓ କାର୍ଯ୍ୟକ୍ଷମତାକୁ ନେଇ ପ୍ରଶ୍ନ ଉଠୁଛି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ସେମାନଙ୍କ ଦାବି ହେଉଛି, ମେଡିକାଲରେ ପର୍ଯ୍ୟାପ୍ତ ଡାକ୍ତର, ବିଶେଷଜ୍ଞ, ଆବଶ୍ୟକ ଯନ୍ତ୍ରପାତି ଓ ଚିକିତ୍ସା ସୁବିଧା ଉପଲବ୍ଧ କରାଯାଇ ରୋଗୀଙ୍କୁ ସ୍ଥାନୀୟ ସ୍ତରରେ ଉନ୍ନତ ଚିକିତ୍ସା ଯୋଗାଇ ଦିଆଯାଉ।