ଢେଙ୍କାନାଳରେ ବଡ଼ ସଫଳତା: ୨୨ କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ, ୭ ଜଣ ଗିରଫ
Dhenkanal (ଢେଙ୍କାନାଳ)ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳJune 27, 202648 views

ଢେ଼ଙ୍କାନାଳ ୨୬.୬- ଢେଙ୍କାନାଳ ଟାଉନ ଥାନା ପୁଲିସ ପକ୍ଷରୁ ମହିଷାପାଟ କାଜୁ ଜଙ୍ଗଲ ଅଞ୍ଚଳରେ ଚଢ଼ାଉ କରାଯାଇ ୨୨ କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ୭ ଜଣ ଯୁବକଙ୍କୁ ଗିରଫ କରାଯାଇଛି। ଏହାସହ ୨ଟି ମୋଟରସାଇକେଲ ଓ ୭ଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି।
ଗୁପ୍ତ ସୂଚନା ଆଧାରରେ ପୁଲିସର ଏହି ଚଢ଼ାଉ ନିଶା କାରବାର ବିରୋଧୀ ଅଭିଯାନରେ ଏକ ବଡ଼ ସଫଳତା ବୋଲି କୁହାଯାଉଛି। ଯୁବପିଢ଼ିଙ୍କୁ ନିଶା କବଳରୁ ରକ୍ଷା କରିବା ପାଇଁ ଏଭଳି କଠୋର ପଦକ୍ଷେପ ଅତ୍ୟନ୍ତ ଆବଶ୍ୟକ।
ନିଶାମୁକ୍ତ ସମାଜ ଗଠନ ପାଇଁ ପୁଲିସ ପ୍ରଶାସନର ଏହି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଉଛି।
