ଅସୁସ୍ଥ ବୃଦ୍ଧ ଦମ୍ପତିଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ମାନବିକତାର ପରିଚୟ ଦେଲେ ସ୍ରିଷ୍ଟି ନିୟୁଜର ସାମ୍ବାଦିକ
Bhubaneswar (ଭୁବନେଶ୍ୱର)ବ୍ୟୁରୋ ରିପୋର୍ଟ, ଭୁବନେଶ୍ୱରJune 26, 2026126 views

ଭୁବନେଶ୍ୱର : ମାନବିକତାର ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଛନ୍ତି ସ୍ରିଷ୍ଟି ନିୟୁଜର ସାମ୍ବାଦିକ ସୁଶାନ୍ତ କୁମାର ମହାକୁଡ଼। ରାସ୍ତା କଡ଼ରେ ଜ୍ୱରରେ ଅସୁସ୍ଥ ଓ ଅସହାୟ ଅବସ୍ଥାରେ ପଡ଼ିଥିବା ବୃଦ୍ଧ ଦମ୍ପତିଙ୍କୁ ଉଦ୍ଧାର କରି ସେ ନିଜ ଗାଡ଼ିରେ ଡାକ୍ତରଖାନାକୁ ନେଇ ଚିକିତ୍ସାର ବ୍ୟବସ୍ଥା କରିଥିଲେ।
ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳର ଧୋବା ନାହାକ ଓ ତାଙ୍କ ପତ୍ନୀ ବିମଳା ନାହାକ, ଉଭୟଙ୍କ ବୟସ ପ୍ରାୟ ୮୦ ବର୍ଷ। ଜ୍ୱରରେ ଆକ୍ରାନ୍ତ ହୋଇ ସେମାନେ ରାସ୍ତା କଡ଼ରେ ଅସହାୟ ଅବସ୍ଥାରେ ଥିବାବେଳେ ସେହି ବାଟ ଦେଇ ଯାଉଥିବା ସ୍ରିଷ୍ଟି ନିୟୁଜର ସାମ୍ବାଦିକ ସୁଶାନ୍ତ କୁମାର ମହାକୁଡ଼ ସେମାନଙ୍କୁ ଦେଖି ତୁରନ୍ତ ସହାୟତା ପାଇଁ ଆଗେଇ ଆସିଥିଲେ।
ବୃଦ୍ଧ ଦମ୍ପତିଙ୍କ ଅସୁସ୍ଥତା ବିଷୟରେ ଜାଣିବା ପରେ ସେ ସେମାନଙ୍କୁ ନିଜ ଗାଡ଼ିରେ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ସେଠାରେ କେବଳ ପହଞ୍ଚାଇ ଫେରି ନଯାଇ, ନିଜେ ଉପସ୍ଥିତ ରହି ଡାକ୍ତରଙ୍କ ଦ୍ୱାରା ଜରୁରୀ ଚିକିତ୍ସା ବ୍ୟବସ୍ଥା ମଧ୍ୟ କରାଇଥିଲେ। ବର୍ତ୍ତମାନ ବୃଦ୍ଧ ଦମ୍ପତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି।
ସୁଶାନ୍ତ କୁମାର ମହାକୁଡ଼ କହିଛନ୍ତି, "ଲୋକଙ୍କ ସୁଖଦୁଃଖର ଖବର ପ୍ରସାରଣ କରିବା ସହ ସମାଜରେ ଅସହାୟ ଲୋକଙ୍କ ସେବା କରିବା ଆମର ସବୁଠାରୁ ବଡ଼ କର୍ତ୍ତବ୍ୟ।"
ଯୁବ ସାମ୍ବାଦିକଙ୍କ ଏହି ମାନବିକ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଉଛି।
