୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳନ ଅବସରରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ
Jajpur (ଯାଜପୁର)ରିପୋର୍ଟ _ନିରୋଜ କୁମାର ସେଠୀJune 26, 202652 views

ଯାଜପୁର, ତା. ୨୫.୦୬.୨୦୨୬: ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳନ ଅବସରରେ ଆଜି ଏନ୍.ସି. ଅଟୋନୋମସ୍ କଲେଜ, ଯାଜପୁର ପରିସରରେ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।
ଏହି ପ୍ରତିଯୋଗିତାରେ ଏନ୍.ସି. ଅଟୋନୋମସ୍ କଲେଜ ଏବଂ ବିରଜା ମହିଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ବାଣିଜ୍ୟ, ଅର୍ଥନୀତି, ପରିସଂଖ୍ୟାନ, ଗଣିତ ଏବଂ ଅନ୍ୟାନ୍ୟ ସମ୍ବଦ୍ଧ ବିଷୟର ଛାତ୍ରଛାତ୍ରୀମାନେ ଏହି କୁଇଜ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ।
ଏହି କାର୍ଯ୍ୟକ୍ରମଟି ଏନ୍.ସି. ଅଟୋନୋମସ୍ କଲେଜର ଅର୍ଥନୀତି ବିଭାଗର ତତ୍ତ୍ୱାବଧାନରେ ଏବଂ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ, ଯାଜପୁରଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଉପନିର୍ଦ୍ଦେଶକ (ଯୋଜନା ଓ ପରିସଂଖ୍ୟାନ) ଶ୍ରୀ ମନୋଜ କୁମାର ନାୟକଙ୍କ ସକ୍ରିୟ ସହଯୋଗ ଓ ମାର୍ଗଦର୍ଶନରେ ପ୍ରତିଯୋଗିତାଟି ସଫଳତାର ସହ ଅନୁଷ୍ଠିତ ହୋଇଥିଲା।
ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଆସନ୍ତା ୨୯.୦୬.୨୦୨୬ ରିଖରେ ଆୟୋଜିତ ହେବାକୁ ଥିବା ଜାତୀୟ ପରିସଂଖ୍ୟାନ ଦିବସ ପାଳନ ଉତ୍ସବରେ ସମ୍ବର୍ଦ୍ଧିତ କରାଯିବ।
କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ/ଅଧ୍ୟାପିକାମାନଙ୍କର ସକ୍ରିୟ ସହଭାଗିତା ପରିଲକ୍ଷିତ ହୋଇଥିଲା ଏବଂ ଏହା ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ପରିସଂଖ୍ୟାନ ପ୍ରତି ଆଗ୍ରହ ବୃଦ୍ଧି କରିବାରେ ସହାୟକ ହୋଇଛି।
