ବିକାଶ ର ଧାରା ଓଡିଶା ସାରା, ଜଗନ୍ନାଥ ପ୍ରାସାଦ ବ୍ଲକରେ ଆଉ ଏକ ବିକାଶ
Ganjam (ଗଞ୍ଜାମ)ରିପୋର୍ଟ: ସୂର୍ଯ୍ୟ ନାରାୟଣ ପଣ୍ଡା, ଜଗନ୍ନାଥ ପ୍ରସାଦJune 26, 2026120 views

ଜଗନ୍ନାଥ ପ୍ରସାଦ ବ୍ଲକ ରେ ଆଉ ଏକ ବିକାଶ ଦେଖିବାକୁ ମିଳିଛି. ରାଉତି ଛକ ଠାରୁ କନ୍ଧୁଣି ଠାକୁରାଣୀ ଦେଇ ରାଉତି ଯିବା ପାଈଁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଶୁଭଆରମ୍ଭ କରାଗଲା. ବହୁ ବର୍ଷ ଧରି ସେହି ରାସ୍ତା ଦୟନୀୟ ଅବସ୍ଥାରେ ଥିଲା. ପ୍ରିୟ ବିଧାୟକ ପ୍ରତିଶୃତି ଦେଇଥିଲେ ଆଜି ସେହି ରାସ୍ତାକୁ ଗ୍ରାମ୍ୟ ଉନୟନ ବିଭାଗ (ଆରଡି )ରାସ୍ତା ଥିବା ଏହି ପ୍ରକଳ୍ପକୁ ପ୍ରାୟ 5 କୋଟି 84 ଲକ୍ଷ ଅଟକଳ କରାଯାଇଅଛି. ଭଞ୍ଜନଗର ବିଧାୟକ ପ୍ରଦୁମ୍ନ କୁମାର ନାୟକ ଆଜି ଶିଳାନ୍ୟାସ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି.ଏହି ରାସ୍ତା ହେଲେ ରାଉତି ଗ୍ରାମ ସହିତ ପାଞ୍ଚ ହଜାରୁ ଅଧିକ ଲୋକ ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରିବ.ବର୍ଷା ନ ଆସିବା ପୂର୍ବରୁ ଏହି କାମ ଅତି ଉଚ୍ଚ ମାନର ହେବା ସହିତ ନିର୍ଦ୍ଧାରିତ ସମୟ ଭିତରେ କାମ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ବିଧୟକ ନିଁର୍ଧେଶ ଦେଇଛନ୍ତି. ଏହି କାର୍ଯ୍ୟ କ୍ରମରେ ବ୍ଲକ ଉପାଧ୍ୟକ୍ୟ ନୀଳାଞ୍ଚଳ ଖିଲାର. ଉପ ସଭାପତି ସୂର୍ଯ୍ୟ ନାୟକ ବିଜେପି ର କାର୍ଯ୍ୟ କର୍ତ୍ତା ଙ୍କ ସହିତ ହଜାର ହଜାର ଗ୍ରାମ ବାସି ଉପସ୍ଥିତ ରହି ବିଧାୟକ ପ୍ରଦୁମ୍ନ୍ୟ କୁମାର ନାୟକ ଓ ବିଜେପି ସରକାରକୁ ଭୁରି ଭୁରି ପ୍ରଶଂସା କରିଥିଲେ.
