--:--:--
-- ---
Srishti News

ଟାଟା ପାୱାରର ମନମୁଖୀ କାର୍ଯ୍ୟକଳାପକୁ ନେଇ ଜନଅସନ୍ତୋଷ, ରାସ୍ତା ସମସ୍ୟାରେ ହଇରାଣ ଉପଭୋକ୍ତା

Angul (ଅନୁଗୋଳ)ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନାJune 25, 202691 views
ଟାଟା ପାୱାରର ମନମୁଖୀ କାର୍ଯ୍ୟକଳାପକୁ ନେଇ ଜନଅସନ୍ତୋଷ, ରାସ୍ତା ସମସ୍ୟାରେ ହଇରାଣ ଉପଭୋକ୍ତା
ଅନୁଗୋଳ: ତାଳଚେର ବ୍ଲକ ଅନ୍ତର୍ଗତ ଘଣ୍ଟପଡ଼ା ଗ୍ରାମପଞ୍ଚାୟତରେ ଅବସ୍ଥିତ ଟାଟା ପାୱାରର ଓରିକାମ୍ପ ପାୱାର ସପ୍ଲାଇ କାର୍ଯ୍ୟାଳୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷ ବଢ଼ିବାରେ ଲାଗିଛି। ପ୍ରତିଦିନ ଶତାଧିକ ଉପଭୋକ୍ତା ବିଦ୍ୟୁତ ସଂଯୋଗ, ବିଲ୍‌, ଟ୍ରାନ୍ସଫର୍ମର ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ଏହି କାର୍ଯ୍ୟାଳୟକୁ ଆସୁଥିବା ବେଳେ ଅଫିସକୁ ଯିବା ରାସ୍ତାର ଦୟନୀୟ ଅବସ୍ଥା ସେମାନଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି। ସୂଚନା ଅନୁଯାୟୀ, ଅଫିସକୁ ସଂଯୋଗ କରୁଥିବା ରାସ୍ତାଟି ଗତ ପ୍ରାୟ ଆଠ ବର୍ଷ ଧରି ସୋଚନୀୟ ଅବସ୍ଥାରେ ପଡ଼ି ରହିଛି। ରାସ୍ତାରେ ବଡ଼ ବଡ଼ ଖାଲଖମା ଓ ଭାଙ୍ଗିଯାଇଥିବା ଅଂଶ ଯୋଗୁଁ ଯାତାୟାତ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡ଼ିଛି। ବିଶେଷ କରି ବୃଦ୍ଧ, ମହିଳା ଓ ଦୂରଦୂରାନ୍ତରୁ ଆସୁଥିବା ଉପଭୋକ୍ତାମାନେ ଏଥିପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଏହି ସମ୍ପର୍କରେ ଟାଟା ପାୱାର କାର୍ଯ୍ୟାଳୟର କର୍ମଚାରୀଙ୍କୁ ପଚାରିବାରୁ ସେମାନେ କହିଛନ୍ତି ଯେ, ରାସ୍ତା ସମସ୍ୟା ନେଇ ସମ୍ପୃକ୍ତ ବିଭାଗକୁ ଅନେକ ଥର ଲିଖିତ ଭାବେ ଜଣାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ ହୋଇପାରିନାହିଁ। ସ୍ଥାନୀୟ ଲୋକେ ଓ ଉପଭୋକ୍ତାମାନେ ତୁରନ୍ତ ରାସ୍ତାର ମରାମତି କରାଯିବା ସହ ଯାତାୟାତ ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ପ୍ରଶାସନ ଓ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି। ଅନ୍ୟଥା ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।