ଧାମନଗରରେ ଆହତ ବୃଷଭର ଚିକିତ୍ସା, ଗ୍ରାମବାସୀଙ୍କ ମାନବିକତାର ନିଦର୍ଶନ
Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁ, ଧାମନଗରJune 25, 2026127 views

ରିପୋର୍ଟ :ଶିଶିର କୁମାର ସ୍ୱାଇଁ, ଧାମନଗର
ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତ ବିରୁହାଁ ଗ୍ରାମରେ ଦୀର୍ଘ ଦିନ ଧରି ଏକ ବୃଷଭ ତାହାର ଶିଙ୍ଗରେ ଗୁରୁତର ସମସ୍ୟା ଥିବାରୁ ଅତ୍ୟନ୍ତ କଷ୍ଟରେ ଜୀବନ ବିତାଉଥିଲା। ବୃଷଭଟିର ଅବସ୍ଥା ଦେଖି ଗ୍ରାମବାସୀମାନେ ମାନବିକତାର ପରିଚୟ ଦେଇ ସହଯୋଗର ହାତ ବଢ଼ାଇଥିଲେ। ସମସ୍ତଙ୍କ ମିଳିତ ପ୍ରୟାସରେ ଘରୋଇ ପଶୁ ଚିକିତ୍ସକଙ୍କ ସହାୟତା ନିଆଯାଇ ବୃଷଭଟିର ସଫଳ ଚିକିତ୍ସା କରାଯାଇଛି।
ଚିକିତ୍ସା ପରେ ବୃଷଭଟିର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଥିବା ଜଣାପଡ଼ିଛି। ଗ୍ରାମବାସୀଙ୍କ ଏହି ଉଦ୍ୟମକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଉଛି। ନିରୀହ ପଶୁପକ୍ଷୀଙ୍କ ପ୍ରତି ଦୟା ଓ ସହାନୁଭୂତି ପ୍ରଦର୍ଶନ କରି ସମାଜ ପାଇଁ ଏକ ଉତ୍ତମ ଉଦାହରଣ ସୃଷ୍ଟି କରିଛନ୍ତି ବିରୁହାଁ ଜେନାସାହି ଗ୍ରାମର ଲୋକମାନେ।
