ସାଲିଆସାହିର ସମସ୍ୟା ନେଇ କର୍ପୋରେଟରଙ୍କୁ ଭେଟିଲେ ବସ୍ତିବାସିନ୍ଦା: ତୁରନ୍ତ ସମାଧାନ ପାଇଁ ଦାବୀ
Bhubaneswar (ଭୁବନେଶ୍ୱର)ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ, ସାଲିଆସାହିJune 24, 2026120 views

ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ, ସାଲିଆସାହି
ଭୁବନେଶ୍ୱର: ରାଜଧାନୀର ସବୁଠାରୁ ବଡ଼ ଆଦିବାସୀ ଗାଁ ସାଲିଆସାହି ବସ୍ତି ଅଞ୍ଚଳରେ ଦେଖାଦେଇଥିବା ବିଭିନ୍ନ ନାଗରିକ ସମସ୍ୟାର ସମାଧାନ ପାଇଁ ଆଜି ବସ୍ତିବାସିନ୍ଦା ୨୧ ନମ୍ବର ୱାର୍ଡର କର୍ପୋରେଟରଙ୍କୁ ଭେଟିଛନ୍ତି। ବସ୍ତିର ପ୍ରମୁଖ ସମସ୍ୟା ଯେପରିକି ଡ୍ରେନେଜ୍ ବ୍ୟବସ୍ଥା, ପାନୀୟ ଜଳ ଏବଂ ବର୍ଷା ଦିନେ ସୃଷ୍ଟି ହେଉଥିବା ଜଳବନ୍ଦୀ ସମସ୍ୟା ନେଇ ସ୍ଥାନୀୟ ଲୋକେ କର୍ପୋରେଟରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଡ୍ରେନେଜ୍ ଓ ବର୍ଷା ପାଣି ସମସ୍ୟା: ବର୍ଷା ଦିନ ଆସିଲେ ବସ୍ତି ଅଞ୍ଚଳରେ ପାଣି ଜମି ରହିବା ସହ ନାହିଁ ନଥିବା ଅସୁବିଧା ସୃଷ୍ଟି ହେଉଛି। ଏହାର ସ୍ଥାୟୀ ପ୍ରତିକାର ପାଇଁ ଦାବି କରାଯାଇଛି।
ବିଏମସି କମିଶନରଙ୍କ ହସ୍ତକ୍ଷେପ: ଏହି ସବୁ ସମସ୍ୟାର ତୁରନ୍ତ ସମାଧାନ ପାଇଁ ବିଏମସି (BMC) କମିଶନରଙ୍କୁ ଅବଗତ କରାଇବା ସହ ତାଙ୍କ ଦାୟିତ୍ୱ ପରିସରଭୁକ୍ତ କରିବାକୁ କର୍ପୋରେଟରଙ୍କୁ ଅନୁରୋଧ କରାଯାଇଛି।
ଏହି ସାକ୍ଷାତକାର ସମୟରେ ବସ୍ତିବାସିନ୍ଦା କର୍ପୋରେଟରଙ୍କୁ ତାଙ୍କର ଦାୟିତ୍ୱ ବିଷୟରେ ମନେ ପକାଇ ଦେବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। କର୍ପୋରେଟର ମଧ୍ୟ ଏହି ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ପାଇଁ ବିହିତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
