ଲକ୍ଷ୍ନୌ ଅଗ୍ନିକାଣ୍ଡ ପୀଡ଼ିତଙ୍କୁ ଶ୍ରଦ୍ଧାଞ୍ଜଳି, NEET ଅନିୟମିତତା ବିରୋଧରେ ବୀରମିତ୍ରପୁରରେ ବିଜେଡିର ବିଶାଳ ପ୍ରତିବାଦ
Sundargarh (ସୁନ୍ଦରଗଡ଼)ରିପୋର୍ଟ: ଗଣପତି ଦାସ, ବୀରମିତ୍ରପୁରJune 24, 2026130 views

ରିପୋର୍ଟ: ଗଣପତି ଦାସ, ବୀରମିତ୍ରପୁର
ବୀରମିତ୍ରପୁର: ଲକ୍ଷ୍ନୌରେ ଘଟିଥିବା କୋଚିଂ ସେଣ୍ଟର ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଛାତ୍ରଛାତ୍ରୀଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଓ କ୍ୟାଣ୍ଡେଲ ମାର୍ଚ୍ଚ ସହିତ NEET ପରୀକ୍ଷାରେ ହୋଇଥିବା କଥିତ ଅନିୟମିତତା ଓ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବୀରମିତ୍ରପୁରରେ ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ ପ୍ରତିବାଦ ପ୍ରଦର୍ଶନ ଅନୁଷ୍ଠିତ ହୋଇଛି।
ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତୀର୍କୀଙ୍କ ନେତୃତ୍ୱରେ ବିର୍ସା ମୁଣ୍ଡା ଛକଠାରେ ଆୟୋଜିତ ଏହି ପ୍ରତିବାଦରେ ବହୁ ସଂଖ୍ୟକ ଦଳୀୟ କର୍ମୀ, ଯୁବ ଓ ଛାତ୍ର ନେତାମାନେ ଯୋଗଦେଇଥିଲେ।
ବକ୍ତାମାନେ NEET ପରୀକ୍ଷାରେ ହୋଇଥିବା କଥିତ ଅନିୟମିତତା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ପ୍ରଭାବିତ କରିଥିବା ଅଭିଯୋଗ କରି କେନ୍ଦ୍ର ସରକାର ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଏହାସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା ଦାବି କରାଯାଇଥିଲା। ଛାତ୍ରଛାତ୍ରୀଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ନେତାମାନେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ବିଜେଡି ଟାଉନ ସଭାପତି କୁନା ଦେଓ, ବିଧାୟକ ପ୍ରତିନିଧି ଶଶି ସାଗର, ରୋହିତ ଦିପ, ବୀରମିତ୍ରପୁର ମୁନିସିପାଲିଟିର ଉପାଧ୍ୟକ୍ଷା ନିବେଦିତା ବାଗେ, ବରିଷ୍ଠ ନେତା ଜଗଦୀଶ ଅଗ୍ରୱାଲ, ଅଶୋକ ନାୟକ, ଛାତ୍ର ନେତା ମହମ୍ମଦ ଏଜାଜ ଆଲମ, କାଉନସିଲର କମଲେଶ ସିଂ, ଯୁବ ନେତା ଶକିଲ ବଣ୍ଟି, ସାକିବ ରାଜା, ପ୍ରମୋଦ ବୁଡ଼ା, ସାରିକା, ଅନନ୍ୟା ଏବଂ ବିଜୁ ଯୁବ, ଛାତ୍ର ଓ ମହିଳା ଜନତା ଦଳର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

