--:--:--
-- ---
Srishti News

କଳାହାଣ୍ଡି:  ଜୁନାଗଡ ବିଧାୟକ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ଜୁନାଗଡ ନିୟନ୍ତ୍ରଣ ବଜାର କମିଟି  ପ୍ରାଙ୍ଗଣ ରେ ଥିବା ଧାନମଣ୍ଡି ର  ସମସ୍ୟା ପାଇଁ ଚାଷୀଙ୍କ ସହ ଆଲୋଚନା କଲେ l

Kalahandi (କଳାହାଣ୍ଡି)ରିପୋର୍ଟ - ଦେବରାଜ ବାଣୁଆ, ଜୁନାଗଡ।June 24, 2026179 views
କଳାହାଣ୍ଡି:  ଜୁନାଗଡ ବିଧାୟକ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ଜୁନାଗଡ ନିୟନ୍ତ୍ରଣ ବଜାର କମିଟି  ପ୍ରାଙ୍ଗଣ ରେ ଥିବା ଧାନମଣ୍ଡି ର  ସମସ୍ୟା ପାଇଁ ଚାଷୀଙ୍କ ସହ ଆଲୋଚନା କଲେ l
ରିପୋର୍ଟ - ଦେବରାଜ ବାଣୁଆ, ଜୁନାଗଡ କଳାହାଣ୍ଡି - ଜୁନାଗଡ ବ୍ଲକ  ଅନ୍ତର୍ଗତ ଭଇଁରୀଗୁଡ଼ା ପଞ୍ଚାୟତ ର ଧାନ ମଣ୍ଡି ଜୁନାଗଡ ନିୟନ୍ତ୍ରଣ ବଜାର କମିଟି ପ୍ରାଙ୍ଗଣ ଧାନ ବିକ୍ରୟ ପାଇଁ ବ୍ୟବସ୍ଥା କରାଯାଇଅଛି।କିନ୍ତୁ ଏହି ମଣ୍ଡି ରେ ଅନେକ ସମସ୍ୟା ଦେଖା ଯାଇ ଅଛି। ନିୟମିତ ଭାବରେ ଧନ କ୍ରୟ ସଂସ୍ଥା କ୍ରୟ କରୁନଥିବାରୁ ଚାଷୀ ମାନେ ଗତ ତା ୧୮-୬-୨୦୨୬ ରିଖ ଦିନ ଜୁନାଗଡ ବ୍ଲକ ସମ୍ମୁଖରେ ଧାରଣାରେ ବସିଥିଲେ। ପ୍ରଶାସନ ର ଲିଖିତ ପ୍ରତିଶୁତି ପରେ ଚାଷୀ ମାନେ ଆନ୍ଦୋଳନ କୁ ପ୍ରତ୍ୟାହୃତ କରିଥିଲେ। କିନ୍ତୁ ପୂର୍ବଭଳି ନିୟମିତ ମଣ୍ଡି ଚାଲୁନଥିବାରୁ ଚାଷୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜୁନାଗଡ଼ ବିଧାୟକ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ମଣ୍ଡି ପରିଦର୍ଶନ କରି ଚାଷୀଙ୍କ ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ତାର ସମାଧାନ ଶୀଘ୍ର କରିବା ପାଇଁ କହିଥିଲେ ଓ ଚାଷୀଙ୍କ ସହ ମଣ୍ଡି ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । କ୍ୟାପଟେନ ମିଶ୍ର ଙ୍କ ସହ ବ୍ଲକ୍ ଉପାଧ୍ୟକ୍ଷ ପ୍ରମୋଦ ବେହେରା,ପୂର୍ବତନ ଜୁନାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ନଗରପାଳ ଶ୍ରୀ ମହେଶ ସାହୁ, ଯୁବ ନେତା ଦିନେଶ ବଗର୍ତ୍ତୀ, ଭଇରିଗୁଡ଼ା କୃଷକ ସଂଘ ସଭାପତି ଦେବରାଜ ବାଣୁଆ ଓ ଅନେକ ଚାଷୀ ଉପସ୍ଥିତ ଥିଲେ।