--:--:--
-- ---
Srishti News

ଢେଙ୍କାନାଳରେ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

Dhenkanal (ଢେଙ୍କାନାଳ)ରିପୋର୍ଟ - ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି, ଢେ଼ଙ୍କାନାଳJune 24, 202679 views
ଢେଙ୍କାନାଳରେ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ
ଢ଼େଙ୍କାନାଳ, ୨୪.୬-: ଢ଼େଙ୍କାନାଳରେ ଆସନ୍ତା ଜୁଲାଇ ମାସ ୧୬ ତାରିଖ ଗୁରୁବାର ଦିନ ଶ୍ରୀଶ୍ରୀ ବଳଦେବଜୀଉ ବିଜେଙ୍କର ରଥଯାତ୍ରା ଅନୁଷ୍ଠିତ ହେବ । ଏଥି ନିମନ୍ତେ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲ ରଥଯାତ୍ରା ସମୟରେ ଗାଡ଼ି ପାର୍କିଂ ଓ ଟ୍ରାଫିକ ନିୟତନ୍ତ୍ରର ସୁ ବ୍ୟବସ୍ଥା କରିବାକୁ ଗୁରୁତ୍ବାରୋପ କରିଥିଲେ । ଚ଼ିକିତ୍ସା ସେବା ଓ ଆମ୍ବୁଲାନସ ବ୍ୟବସ୍ଥା ସହିତ ପ୍ରସ୍ତୁତ ରହିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ I ଅଗ୍ନିଶମ ବିଭାଗ ଓ ପୌରପାଳିକା ପକ୍ଷରୁ ଯାତ୍ରାରେ ଜନସାଧାରଣଙ୍କ ଉପରେ ଜଳ ସିଞ୍ଚନର ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ । ଉତ୍ସାହପୂର୍ଣ୍ଣ ଓ ଶାନ୍ତି ଶୃଙ୍ଖଳାର ସହ ରଥଟଣା କାର୍ଯ୍ୟ ଶେଷ କରିବା ପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଦେବୋତ୍ତର ନିର୍ବାହୀ ଅଧିକାରୀ ତଥା ଉପ ଜିଲ୍ଲାପାଳ ଶ୍ରୀ ପଦ୍ମ ଚରଣ ସାହୁ ସ୍ୱାଗତ ଭାଷଣ ଦେଇ ରାଜପୁରୋଧାଙ୍କ ଦ୍ୱାରା ନିର୍ଘଣ୍ଟ କାର୍ଯ୍ୟସୂଚୀ ଅନୁଯାୟୀ ରଥ ଯାତ୍ରା ଶେଷ କରାଯିବ ବୋଲି ପ୍ରକାଶ କରିଥିଲେ । ଦେବୋତ୍ତର ନିରୀକ୍ଷକ ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ ରଥଯାତ୍ରା କାର୍ଯ୍ୟକ୍ରମ ସଂପର୍କରେ ସୂଚ଼ନା ଦେଇଥିଲେ । ବୈଠକରେ, ରଥ ନିର୍ମାଣ ଓ ସାଜସଜ୍ଜା, ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଆରକ୍ଷୀ ମୁତୟନ , ଗାଡ଼ି ପାର୍କିଂ ଓ ଟ୍ରାଫିକ ବ୍ୟବସ୍ଥା , ପାନୀୟ ଜଳ ଯୋଗାଣ ଓ ପରିଷ୍କାର ପରିଛନ୍ନତା ,ସ୍ଵେଚ୍ଛା ସେବୀ ମୁତୟନ , ଧାରା ବିବରଣୀ ପ୍ରଦାନ, ବିଦ୍ୟୁତ ସରବରାହ ନିୟନ୍ତ୍ରଣ ଆଦି ସଂପର୍କରେ ଆଲୋଚନା କରାଯାଇ ସୁରକ୍ଷିତ ଭାବେ ରଥଟଣା ଶେଷ କରିବାକୁ ସ୍ଥିର ହୋଇଛି । ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ସଂଜୟ ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦିପ୍ତୀ ରଂଜନ ସେଠୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।