--:--:--
-- ---
Srishti News

ରଥଖଳାରେ ଦ୍ରୁତ ଗତିରେ ଚାଲିଛି ରଥ ନିର୍ମାଣ

Khordha (ଖୋର୍ଦ୍ଧା)ରିପୋର୍ଟ ରଣପୁର ରୁ ନିରଞ୍ଜନ ମହାପାତ୍ରJune 24, 202648 views
ରଥଖଳାରେ ଦ୍ରୁତ ଗତିରେ ଚାଲିଛି ରଥ ନିର୍ମାଣ
ରଣପୁର,୨୪/୦୬ :ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଦ୍ଵିତୀୟ ଶ୍ରୀକ୍ଷେତ୍ର ରଥଖଳାରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ପାଇଁ ନିୟମିତ ନୀତିକାନ୍ତି ଅନୁଯାୟୀ ତିନୋଟି ରଥ - ତଳଧ୍ୱଜ, ତାଳଧ୍ୱଜ ଓ ଦର୍ପଦଳନର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ପ୍ରସ୍ତୁତି ଚାଲିଛି । ଦ୍ଵିତୀୟ ଶ୍ରୀକ୍ଷେତ୍ର ରୂପେ ପରିଚିତ ନୟାଗଡ ଜିଲ୍ଲା ରଣପୁରର ଶ୍ରୀ ଜଗନ୍ନାଥ ମନ୍ଦିରର ରଥଖଳାରେ ନିର୍ମାଣ ଚାଲିଛି ରଥ କାର୍ଯ୍ୟ । ମହାରଣାମାନେ ଦିନ ରାତି ଅକ୍ଲାନ୍ତ ପରିଶ୍ରମ କରି ରଥ ନିର୍ମାଣ ପାଇଁ ଲାଗି ପଡିଛନ୍ତି। ମନ୍ଦିର ପରିସର ମଧ୍ୟରେ ଠାକୁର ନିର୍ମାଣ ଚାଲୁ ଥିବା ବେଳେ ମନ୍ଦିର ବାହାର ରଥ ଖଳାରେ ରଥ ଚକ ଓ ଅଖ କାମ ଚାଲୁ ରହିଛି।ଦୃତ ଗତିରେ ରଥ କାମ ଆଗେଇ ଚାଲିଛି ସ୍ନାନ ପୂର୍ଣ୍ଣିମାକୁ ଚକ ଠିଆ ହେବ ନେଇ ମହାରଣା କହିଛନ୍ତି ।