--:--:--
-- ---
Srishti News

ବରଗଡ଼ ପୌରପାଳିକାର ଅବହେଳା! ରାସ୍ତା କଡ଼ରେ ଜମିଛି ଆବର୍ଜନା, ଅସନ୍ତୋଷରେ ସ୍ଥାନୀୟ ବାସିନ୍ଦା

Bargarh (ବରଗଡ଼)ରିପୋର୍ଟ: ତରଣୀ ପଟେଲ, ଭଟଲିJune 24, 202648 views
ବରଗଡ଼ ପୌରପାଳିକାର ଅବହେଳା! ରାସ୍ତା କଡ଼ରେ ଜମିଛି ଆବର୍ଜନା, ଅସନ୍ତୋଷରେ ସ୍ଥାନୀୟ ବାସିନ୍ଦା
ବରଗଡ଼-ଭଟଲି: ବରଗଡ଼ ପୌରପାଳିକା ଅଞ୍ଚଳର ଭଟଲି ରୋଡ୍‌ସ୍ଥିତ ପୁରୁଣା ଡା. ଗୋପାଳ ଅଗ୍ରୱାଲ କ୍ଲିନିକ୍‌ ସମ୍ମୁଖରେ ଦୀର୍ଘଦିନ ଧରି ଆବର୍ଜନା ଜମା ହୋଇ ରହିଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ରାସ୍ତା କଡ଼ରେ ପଡ଼ି ରହିଥିବା ଏହି ଆବର୍ଜନା ଢେରରୁ ଦୁର୍ଗନ୍ଧ ବ୍ୟାପୁଥିବା ବେଳେ ମଶା ଓ ମାଛିଙ୍କ ଉପଦ୍ରବ ମଧ୍ୟ ବଢ଼ିଯାଇଛି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ନିୟମିତ ଭାବେ ଆବର୍ଜନା ଉଠାଯାଉ ନଥିବାରୁ ଅଞ୍ଚଳରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ବିଶେଷକରି ବର୍ଷା ଋତୁ ଆରମ୍ଭ ହୋଇଥିବାରୁ ସମସ୍ୟା ଆହୁରି ଜଟିଳ ହେବାର ଆଶଙ୍କା ରହିଛି। ଆବର୍ଜନା ଜମା ହେବା ଫଳରେ ସଂକ୍ରାମକ ରୋଗ ବ୍ୟାପିବାର ସମ୍ଭାବନା ଥିବା ନେଇ ଲୋକେ ଚିନ୍ତା ପ୍ରକାଶ କରିଛନ୍ତି। ସ୍ଥାନୀୟ ଲୋକମାନେ ତୁରନ୍ତ ଏହି ଆବର୍ଜନା ସଫା କରିବା ସହ ନିୟମିତ ପରିମଳ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ବରଗଡ଼ ପୌରପାଳିକା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏବେ ପୌରପାଳିକା ପକ୍ଷରୁ କେବେ ପଦକ୍ଷେପ ନିଆଯାଉଛି, ତାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି।