--:--:--
-- ---
Srishti News

କୁକୁଡ଼ା ବୋଝେଇ ପିକଅପ୍ ଭ୍ଯାନ ଦୁର୍ଘଟଣା ଗ୍ରସ୍ତ, ଜଣେ ଗୁରୁତର, ଦୁଇ ଆହତ

Sundargarh (ସୁନ୍ଦରଗଡ଼)ରିପୋର୍ଟ: ଗଣପତି ଦାସ, କୁଆଁରମୁଣ୍ଡାJune 24, 202684 views
କୁକୁଡ଼ା ବୋଝେଇ ପିକଅପ୍ ଭ୍ଯାନ ଦୁର୍ଘଟଣା ଗ୍ରସ୍ତ, ଜଣେ ଗୁରୁତର, ଦୁଇ ଆହତ
କୁଆଁରମୁଣ୍ଡା: କୁକୁଡ଼ା ନେଇ ଯାଉଥିବା ପିକଅପ୍ ଭ୍ଯାନ ଦୁର୍ଘଟଣା ଗ୍ରସ୍ତ l ବେଦବ୍ୟାସ ରୁ ରାଞ୍ଚି କୁ ଯାଉଥିବା କୁକୁଡ଼ା ପିକଅପ୍ ଭ୍ଯାନ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ l ସିମେଣ୍ଟ ଡିଭାଇଡର କୁ ପିଟି ହୋଇ ଦୁର୍ଘଟଣା ହୋଇ ଥିବା ସୂଚନା l ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବାଇପାସ୍ 143 ନଂ ଜାତୀୟ ରାଜପଥରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାର l ଘଟଣା ସ୍ଥଳରେ କୁଆଁରମୁଣ୍ଡା ଫାଣ୍ଡି ପୁଲିସ ଓ କୁଆଁରମୁଣ୍ଡା ଅଗ୍ନିଶମ ବିଭାଗ ପହଁଚି ଗାଡି ରେ ଚାପି ହୋଇ ରହିଥିବା ଡ୍ରାଇଭର୍ କୁ ଗ୍ୟାସ୍ କଟର ରୁ କାଟି ଉଦ୍ଧାର କରିଥିଲେ l ତେବେ ଗାଡି ରେ ଡ୍ରାଇଭର୍ ସହ ତିନି ଜଣ ରହିଥିଲେ ତେବେ ଦୁର୍ଘଟଣା ହେବା ପରେ ଡ୍ରାଇଭର ସାଇଡ ରେ ବସି ଥିବା ଦୁଇ ଜଣ ଛିଟିକି ପଡିଥିଲେ ଓ ଡ୍ରାଇଭର ଗାଡି ରେ ଚାପି ହୋଇ ଯାଇଥିଲେ I ହେଲେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ପିକଅପ୍ ଭ୍ଯାନ ଟି ଚୂରମାର ହୋଇ ଯାଇଥିବା ଦେଖିବାକୁ ମିଳିଛି I