--:--:--
-- ---
Srishti News

ଏହି ମ୍ୟାଡମ ହେଉଛନ୍ତି ମଧୁସ୍ମିତା ସାହୁ, IAS ଅଧିକାରୀ ଏବଂ SCERT ର Director।

Kalahandi (କଳାହାଣ୍ଡି)ରିପୋର୍ଟ :ରିତେଶ କୁମାର ମୁଣ୍ଡ,June 24, 202655 views
ଏହି ମ୍ୟାଡମ ହେଉଛନ୍ତି ମଧୁସ୍ମିତା ସାହୁ, IAS ଅଧିକାରୀ ଏବଂ SCERT ର Director।
ଚଳିତ ବର୍ଷ ପାଠ୍ୟପୁସ୍ତକରେ ଶତାଧିକ ନୁହେଁ, ହଜାରରୁ ଅଧିକ ତ୍ରୁଟି ଧରାପଡ଼ିବା ପରେ ଗଣମାଧ୍ୟମ ଆଗରେ ବାଇଟ ଦେଇ ଯେପରି ସାଧାରଣ ଘଟଣା ଭଳି କଥା କହୁଛନ୍ତି, ତାହା ଦେଖି ଆଶ୍ଚର୍ଯ୍ୟ ଲାଗୁଛି। ରାଜକୋଷରୁ ଲକ୍ଷାଧିକ ଟଙ୍କା ଦରମା, ସମସ୍ତ ସରକାରୀ ସୁବିଧା, ଗାଡ଼ି, କର୍ମଚାରୀ ଏବଂ ସମ୍ମାନ ନେବା ବେଳେ କୌଣସି ଅସୁବିଧା ନାହିଁ, କିନ୍ତୁ ଦାୟିତ୍ୱ ପାଳନ କରିବା ବେଳେ ଏତେ ଅବହେଳା ଓ ଖାମଖିଆଲି ମନୋଭାବ କାହିଁକି? ମଣିଷ ମାତ୍ରକେ ଭୁଲ କରେ, କିନ୍ତୁ ଯେଉଁ ଭୁଲ ସିଧାସଳଖ ଭାବେ ଲକ୍ଷ ଲକ୍ଷ ଗରିବ ପିଲାଙ୍କ ପାଠପଢ଼ା ଏବଂ ଭବିଷ୍ୟତକୁ ପ୍ରଭାବିତ କରେ, ସେହି ଭୁଲକୁ "ସାଧାରଣ ତ୍ରୁଟି" କହି ଏଡ଼ାଇ ଦେବା ଅକ୍ଷମଣୀୟ। ଏତେ ସ୍ତରର ଯାଞ୍ଚ, ଏତେ ଅଧିକାରୀ, ଏତେ ବିଶେଷଜ୍ଞ ଏବଂ କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ମଧ୍ୟ ଯଦି ପାଠ୍ୟପୁସ୍ତକରେ ଏଭଳି ତ୍ରୁଟି ରହିଯାଏ, ତେବେ ଦାୟୀ କିଏ? ଯଦି ଜଣେ ଅଧିକାରୀ ନିଜ ପଦର ମର୍ଯ୍ୟାଦା, ଜବାବଦେହୀତା ଏବଂ ନୈତିକ ମୂଲ୍ୟବୋଧକୁ ଗୁରୁତ୍ୱ ନ ଦିଅନ୍ତି, ତେବେ କେବଳ ବାଇଟ ଦେଇ ଦାୟିତ୍ୱ ଶେଷ ହୋଇଯାଏ କି । ଓଡ଼ିଶାବାସୀଙ୍କ ଆଗରେ ସ୍ପଷ୍ଟ ଜବାବ ଦେବା, ଯେଉଁ ମାନେ ଏହି ଭୂଲ ପାଇଁ ଦୋଷୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଏବଂ ନୈତିକତାର ଆଧାରରେ ନିଜ ପଦବୀ ରୁ ଇସ୍ତଫା ଦେବା ହିଁ ଉଚିତ ପଦକ୍ଷେପ ହେବ ନଚେତ ସରକାର ତାଙ୍କୁ ଚାକିରି ରୁ ବହିଷ୍କୃତ କରନ୍ତୁ । ଓଡ଼ିଶାର ପିଲାଙ୍କ ଭବିଷ୍ୟତ କୌଣସି ପରୀକ୍ଷାଗାର ନୁହେଁ। ଶିକ୍ଷା ବ୍ୟବସ୍ଥାରେ ଅବହେଳା ପାଇଁ "ଭୁଲ ହୋଇଗଲା" କହିଦେବା ଯଥେଷ୍ଟ ନୁହେଁ। ଦାଇତ୍ୱ ସହିତ ଜବାବଦେହୀତା ମଧ୍ୟ ଆସେ, ଏବଂ ଜବାବଦେହୀତା ନଥିଲେ ପଦ ଓ ପଦବୀର ଅର୍ଥ ମଧ୍ୟ ରହେ ନାହିଁ ଏହା ସତ୍ୟ । ଓଡ଼ିଶା ବାସୀ ବିଚାର କରନ୍ତୁ ଆମ ଛୋଟ ଛୋଟ ଛୁଆ ଙ୍କ ଶିକ୍ଷା ସହ ଖେଳଘର କାମ କରୁଛନ୍ତି ଏ IAS ମ୍ୟାଡମ ଜଣଙ୍କ ଆଙ୍କ ପାଇଁ କଣ ଆଇନରେ କିଛି ଦଣ୍ଡ ନାହିଁ ?