ପାରମ୍ପରିକ ରୀତିନୀତିରେ ପ୍ରଭୁ ଶ୍ରୀ କେଦାରଶ୍ୱର ଦେବଙ୍କ ଠାରେ ବୃଷଭ ବିଗ୍ରହ ପ୍ରତିଷ୍ଠା ପାଇଁ ଶିଳାନ୍ୟାସ
Khordha (ଖୋର୍ଦ୍ଧା)ରିପୋର୍ଟ: ଯଦୁମଣି ବେହେରା, ଚିଲିକାJune 24, 202644 views

ରିପୋର୍ଟ: ଯଦୁମଣି ବେହେରା, ଚିଲିକା
ଚିଲିକା/ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଜରିପଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପ୍ରାଚୀନ ଓ ପ୍ରସିଦ୍ଧ ପ୍ରଭୁ ଶ୍ରୀ କେଦାରଶ୍ୱର ଦେବଙ୍କ ପୀଠରେ ସଂକଳ୍ପିତ ବୃଷଭ ବିଗ୍ରହ ପ୍ରତିଷ୍ଠା ନିମନ୍ତେ ପାରମ୍ପରିକ ବୈଦିକ ରୀତିନୀତି ଅନୁସାରେ ଶିଳାନ୍ୟାସ କାର୍ଯ୍ୟ ସମ୍ପନ୍ନ ହୋଇଛି।
ଏହି ପବିତ୍ର ଅବସରରେ ଚଉଦ ପାଟଣା ଅଞ୍ଚଳର ବହୁ ସଂଖ୍ୟକ ଶ୍ରଦ୍ଧାଳୁ, ଗ୍ରାମବାସୀ ଓ ଭକ୍ତମାନେ ଯୋଗଦେଇ ଧାର୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଓ ଶିଳାନ୍ୟାସ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ଦୀର୍ଘ ବର୍ଷ ଧରି ସ୍ଥାନୀୟ ବୁଦ୍ଧିଜୀବୀ, ବରିଷ୍ଠ ବ୍ୟକ୍ତିବିଶେଷ ଓ ଭକ୍ତମାନଙ୍କ ମନରେ ବୃଷଭ ବିଗ୍ରହ ପ୍ରତିଷ୍ଠା କରିବାର ଆକାଂକ୍ଷା ରହିଥିଲା। ଶେଷରେ ସମସ୍ତଙ୍କ ସହଯୋଗ ଓ ଆନ୍ତରିକ ପ୍ରୟାସରେ ଏହି ଶୁଭ କାର୍ଯ୍ୟର ଶୁଭାରମ୍ଭ ହୋଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି।
ବେଦମନ୍ତ୍ର ଉଚ୍ଚାରଣ, ପୂଜାର୍ଚ୍ଚନା ଓ ଧାର୍ମିକ ଆଚାର-ବିଚାର ମଧ୍ୟରେ ଶିଳାନ୍ୟାସ କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ଭକ୍ତମାନେ ପ୍ରଭୁ ଶ୍ରୀ କେଦାରଶ୍ୱର ଦେବଙ୍କ ନିକଟରେ ସମସ୍ତଙ୍କ ସୁଖ, ଶାନ୍ତି ଓ କଲ୍ୟାଣ କାମନା କରିଥିଲେ।
ଏହି ବୃଷଭ ବିଗ୍ରହ ପ୍ରତିଷ୍ଠା ପରେ ମନ୍ଦିରର ଧାର୍ମିକ ମହତ୍ତ୍ୱ ଓ ଆକର୍ଷଣ ଆହୁରି ବୃଦ୍ଧି ପାଇବ ବୋଲି ସ୍ଥାନୀୟ ଭକ୍ତମାନେ ଆଶା ପ୍ରକାଶ କରିଛନ୍ତି।
