ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
Angul (ଅନୁଗୋଳ)ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନାJune 23, 202639 views

ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା
ଅନୁଗୋଳ: ତାଳଚେର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହର ସହ ପାଳିତ ହୋଇଛି। ପ୍ରଧାନାଚାର୍ଯ୍ୟ ବାବୁଲି ସାମଲ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଯୋଗର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ସହ ପ୍ରଧାନାଚାର୍ଯ୍ୟ ଦୟାନିଧି ଦାସ ଓ ଅନ୍ୟାନ୍ୟ ଆଚାର୍ଯ୍ୟମାନେ ଯୋଗ ପ୍ରଦର୍ଶନ କରିଥିବାବେଳେ ଛାତ୍ରଛାତ୍ରୀମାନେ ପ୍ରାଣାୟାମ, ସୂର୍ଯ୍ୟ ନମସ୍କାର ଓ ବିଭିନ୍ନ ଯୋଗାସନ ଅଭ୍ୟାସ କରିଥିଲେ। ଆଚାର୍ଯ୍ୟା ନିରୁପମା ମହାନ୍ତି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମାମାନେ ଏଥିରେ ଯୋଗଦେଇ ଯୋଗାଭ୍ୟାସ କରିଥିଲେ।
