ମରଣଯନ୍ତା ପାଲଟିଛି ଅଚଳ ନଳକୂପ
Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁ, ଧାମନଗରJune 23, 202633 views

ରିପୋର୍ଟ :ଶିଶିର କୁମାର ସ୍ୱାଇଁ, ଧାମନଗର
ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତର ବାଘୁଆରୁ ଗ୍ରାମରେ ଏକ ଅଚଳ ନଳକୂପ ଦୀର୍ଘଦିନ ଧରି ଅବ୍ୟବହୃତ ଅବସ୍ଥାରେ ପଡ଼ି ରହିଛି। ନଳକୂପର ଚାରିପାଖରେ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଏହା ଏବେ ମରଣଯନ୍ତା ପାଲଟିଛି। ବିଶେଷକରି ଛୋଟ ଛୋଟ ଶିଶୁ ଓ ବୃଦ୍ଧମାନଙ୍କ ପାଇଁ ଏହା ଦୁର୍ଘଟଣାର କାରଣ ସାଜିପାରେ ବୋଲି ଗ୍ରାମବାସୀ ଆଶଙ୍କା ପ୍ରକାଶ କରିଛନ୍ତି।
ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାୟୀ, ବହୁଥର ପଞ୍ଚାୟତ ଓ ସମ୍ପୃକ୍ତ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ସହ ଯେକୌଣସି ସମୟରେ ଅଘଟଣ ଘଟିବାର ଭୟ ଦେଖାଦେଇଛି।
ଗ୍ରାମବାସୀମାନେ ଶୀଘ୍ର ଏହି ଅଚଳ ନଳକୂପକୁ ମରାମତି କିମ୍ବା ସୁରକ୍ଷିତ ଭାବେ ଚାଲୁ କରିବା ପାଇଁ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ନିକଟରେ ଦାବି ଜଣାଇଛନ୍ତି, ଯାହା ଫଳରେ କୌଣସି ଅପ୍ରୀତିକର ଘଟଣା ନଘଟୁ,
