ସଖି ୱାନ ଷ୍ଟପ ସେଣ୍ଟର ପକ୍ଷରୁ ବିଶ୍ୱ ଯୋଗଦିବସ ପାଳିତ
Dhenkanal (ଢେଙ୍କାନାଳ)ରିପୋର୍ଟ: ସୁଶାନ୍ତ କୁମାର ପୋଥାଳ, ସ୍ୱତନ୍ତ୍ର ପ୍ରତିନିଧି, ଢେଙ୍କାନାଳJune 22, 202633 views

ସଖି ୱାନ ଷ୍ଟପ ସେଣ୍ଟର ପକ୍ଷରୁ ବିଶ୍ୱ ଯୋଗଦିବସ ପାଳିତ
ରିପୋର୍ଟ: ସୁଶାନ୍ତ କୁମାର ପୋଥାଳ, ସ୍ୱତନ୍ତ୍ର ପ୍ରତିନିଧି, ଢେଙ୍କାନାଳ
ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅବସ୍ଥିତ ସଖି ୱାନ ଷ୍ଟପ ସେଣ୍ଟର ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଛି।
ଏହି ଅବସରରେ ଯୋଗ ପ୍ରଶିକ୍ଷକ ସସ୍ମିତା ନାୟକ ଉପସ୍ଥିତ ସଦସ୍ୟ ଓ ଅନ୍ତେବାସୀମାନଙ୍କୁ ବିଭିନ୍ନ ଯୋଗାସନ ଓ ପ୍ରାଣାୟାମ ଅଭ୍ୟାସ କରାଇଥିଲେ। ସେ ଦୈନନ୍ଦିନ ଜୀବନରେ ଯୋଗର ଆବଶ୍ୟକତା ଓ ଏହାର ସ୍ୱାସ୍ଥ୍ୟଗତ ଉପକାରିତା ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମରେ ସେଣ୍ଟର ଆଡମିନିଷ୍ଟ୍ରେଟର ରଞ୍ଜିତା ମଞ୍ଜରୀ କର, କାଉନସେଲର ଶ୍ୱେତା ପରିଡା, କେସ୍ ୱାର୍କର ଲିପ୍ସା ପାତ୍ର ଓ ମଧୁସ୍ମିତା ପଣ୍ଡା, ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ସ୍ୱାଗତିକା ସାହୁଙ୍କ ସମେତ କର୍ମଚାରୀ ମେନକା ଜେନା, ରୋଜାଲିନ ସାହୁ, ମାମାଲି ପ୍ରଧାନ, ଭାଗ୍ୟଶ୍ରୀ ବେହେରା, ସଞ୍ଜିତା ନାୟକ, ଆଶୁତୋଷ ସାହୁ ଓ ଅନ୍ୟାନ୍ୟ ଅନ୍ତେବାସୀ ଯୋଗାଭ୍ୟାସରେ ଅଂଶଗ୍ରହଣ କରିଥିଲେ।
ଯୋଗ ମାଧ୍ୟମରେ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସୁସ୍ଥତା ବଜାୟ ରଖିବାର ସନ୍ଦେଶ ଦେଇ କାର୍ଯ୍ୟକ୍ରମଟି ସଫଳତାର ସହ ସମାପ୍ତ ହୋଇଥିଲା।
