ପାନୀୟ ଜଳ ସମସ୍ୟାକୁ ନେଇ ତାତିଲେ ଗ୍ରାମବାସୀ, ଜିଏମ୍ ଅଫିସରେ ତାଲା ପକାଇ ଧାରଣା
Angul (ଅନୁଗୋଳ)ରିପୋର୍ଟ: ସନାତନ କର, ତାଳଚେରJune 22, 202645 views

ରିପୋର୍ଟ: ସନାତନ କର, ତାଳଚେର
ତାଳଚେର ବ୍ଲକ ଅନ୍ତର୍ଗତ ଘଣ୍ଟପଡ଼ା ଗ୍ରାମପଞ୍ଚାୟତରେ ଦୀର୍ଘଦିନ ଧରି ପାନୀୟ ଜଳ ସମସ୍ୟା ଲାଗି ରହିଥିବା ବେଳେ ଲୋକମାନେ ଟୋପାଏ ପାଣି ପାଇଁ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି। ପାଣି ଅଭାବରେ ଗ୍ରାମବାସୀମାନେ ଅତିଷ୍ଠ ହୋଇପଡ଼ିଥିବା ବେଳେ ପ୍ରଶାସନର ଦୃଷ୍ଟି ଆକର୍ଷଣ ପାଇଁ ଆନ୍ଦୋଳନର ପଥ ବାଛିଛନ୍ତି।
ଅଭିଯୋଗ ଅନୁଯାୟୀ, ବାରମ୍ବାର ଦାବି ଜଣାଇବା ସତ୍ତ୍ୱେ ସମସ୍ୟାର ସମାଧାନ ନ ହେବାରୁ ଗ୍ରାମବାସୀମାନେ ନୋଡାଲ ଜିଏମ୍ ଶ୍ରୀ ଅଶୋକ ଧଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଉତ୍ତ୍ୟକ୍ତ ଲୋକେ ଜିଏମ୍ ଅଫିସରେ ତାଲା ପକାଇ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା।
ଗ୍ରାମବାସୀମାନେ ତୁରନ୍ତ ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ କରିବା ସହ ଅଞ୍ଚଳକୁ ନିୟମିତ ଜଳ ଯୋଗାଣ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
