ଭୁବନେଶ୍ୱର ଜିଏମ୍ ଅଫିସରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
Angul (ଅନୁଗୋଳ)ରିପୋର୍ଟ: ସନାତନ କର, ତାଳଚେରJune 22, 202640 views

ରିପୋର୍ଟ: ସନାତନ କର, ତାଳଚେର
ତାଳଚେର: ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ତାଳଚେର ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରୀ ଜିଏମ୍ ଅଫିସ ପରିସରରେ ଯୋଗ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରୀ ଜିଏମ୍ ଶ୍ରୀ ଅଜୟ କୁମାର ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗାଭ୍ୟାସର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ତାଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି, ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ରହି ସାମୂହିକ ଯୋଗାଭ୍ୟାସରେ ଅଂଶଗ୍ରହଣ କରିଥିଲେ।
ଏହି ଅବସରରେ ବକ୍ତାମାନେ ନିୟମିତ ଯୋଗାଭ୍ୟାସ ଦ୍ୱାରା ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ କିପରି ସୁଦୃଢ଼ ହୋଇଥାଏ ଏବଂ ବିଭିନ୍ନ ରୋଗରୁ ମୁକ୍ତି ପାଇବାରେ ଯୋଗର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମ ଶେଷରେ ସମସ୍ତେ ନିଜ ଦୈନନ୍ଦିନ ଜୀବନରେ ଯୋଗକୁ ସାମିଲ କରି ସୁସ୍ଥ ଓ ନିରୋଗ ଜୀବନ ଗଢ଼ିବାକୁ ସଂକଳ୍ପ ନେଇଥିଲେ।
