--:--:--
-- ---
Srishti News

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ପାଳିତ

Balangir (ବଲାଙ୍ଗୀର)ରିପୋର୍ଟ: କୃଷ୍ଣଚନ୍ଦ୍ର ମାଝୀ, ଟିଟିଲାଗଡJune 22, 2026161 views
ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ପାଳିତ
ରିପୋର୍ଟ: କୃଷ୍ଣଚନ୍ଦ୍ର ମାଝୀ, ଟିଟିଲାଗଡ ଟିଟିଲାଗଡ଼: ଟିଟିଲାଗଡ଼ ବ୍ଲକ ଅଧିନସ୍ତ ବିନେକେଲା ସରକାରୀ ଆୟୁର୍ବେଦ ଚିକିତ୍ସାଲୟ ଏବଂ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ମିଳିତ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ଯୋଗ ଦିବସ ବିନେକେଲା ଠାରେ ପାଳିତ ହୋଇଥିଲା l ଏଥିରେ ଯୋଗଗୁରୁ ଓ ସରକାରୀ ଆୟୁର୍ବେଦ ଡାକ୍ତର ନରେନ୍ଦ୍ର କୁମାର ବେହେରା ଯୋଗଦାନ ଦେଇ ଯୋଗ ଶିକ୍ଷା ପ୍ରଦାନ କରିଥିଲେ l ଅନେକ ପ୍ରକାରର ଯୋଗ ଶିକ୍ଷାଦେଇ ରୋଗ ନିରାକରଣ କରିବା ଉପାୟ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ଲକ୍ଷ୍ମଣ ନାଏକ, ସରପଞ୍ଚ ଶ୍ରୀମତୀ ଯଜ୍ଞସେନି ସାହୁ, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଇନଚାର୍ଜ ଅଧ୍ୟକ୍ଷା ଶ୍ରୀମତୀ ସନ୍ଧ୍ୟାରାଣୀ ଦୋରା, ଶିକ୍ଷକ ମଧୁସୂଦନ ମାଝୀ ଏବଂ ସମସ୍ତ ଶିକ୍ଷକ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମହାନନ୍ଦ ଓ ଗ୍ରାମର ସମସ୍ତ ଯୁବକ, ଛାତ୍ରଛାତ୍ରୀ ଯୋଗଦାନଦେଇ ଯୋଗଶିକ୍ଷା ଲାଭ କରିଥିଲେ l ପରେ ଗଜାମୁଗ ନାଗଚଣା ସହିତ ମିଷ୍ଟାନ୍ନ ବଣ୍ଟନ କରିଥିଲେ l ଯୋଗ କରି ସୁସ୍ଥ ରହିବା ପାଇଁ ସରକାରୀ ଆୟୁର୍ବେଦ ଡାକ୍ତର ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ l