--:--:--
-- ---
Srishti News

ମିର୍ଜାପୁରରେ ସୁନା ଓ ଟଙ୍କା ଚୋରି

Kalahandi (କଳାହାଣ୍ଡି)ରିପୋର୍ଟ: ରିତେଶ କୁମାର ମୁଣ୍ଡ, କୋକସରାJune 20, 2026106 views
ମିର୍ଜାପୁରରେ ସୁନା ଓ ଟଙ୍କା ଚୋରି
ରିପୋର୍ଟ: ରିତେଶ କୁମାର ମୁଣ୍ଡ, କୋକସରା କଳାହାଣ୍ଡି: ଧର୍ମଗଡ ତଥା କୋକସରା ଅଞ୍ଚଳରେ ଦିନକୁ ଦିନ ଚୋରି ଡକାୟତି ବଢ଼ିବାରେ ଲାଗିଛି କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ, ଖୁଣ୍ଟିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମିର୍ଜାପୁର ଗ୍ରାମର ଭୁବନେଶ୍ବର ନାଗଙ୍କ ଘରେ ମଧ୍ୟ ଚୋରି ହୋଇଥ‌ିବା ଅଭିଯୋଗ ହୋଇଛି। ସମସ୍ତ ପରିବା ରାତିରେ ଶୋଇଥିବା ବେଳେ ଚୋର ମାନେ କବାଟ ଭାଙ୍ଗି ଘରେ ଥିବା ତିନି ଭରି ସୁନା ଏବଂ ଏକ ଲକ୍ଷ ଟଙ୍କା ଚୋରି ନେଇଛିନ୍ତି। ଭୁବନେ ଜଣେ ମଜୁରିଆ ଭାବରେ କାମକରି ପରିବାର ପ୍ରତିପୋଷଣ କରିଥାନ୍ତି।ଆଗକୁ ପୁଅ ବିବାହ କରିବା ପାଇଁ ସେ କିଛି ସୁନା ଓ ଟଙ୍କା ରଖିଥିଲେ। କିନ୍ତୁ ଚୋର କଳାକନା ବୁଲେଇ ଦେଇଥିବାରୁ ପରିବାର ଚିନ୍ତାରେ ପଡି ଯାଇଛନ୍ତି। ଏହାକୁ ନେଇ ଭୁବନେଶ୍ବର ନାଗ କୋକସରା ଥାନାକୁ ଯାଇ ଚୋରି ହୋଇଥିବା ଲିଖୂତ ଅଭିଯୋଗ କରିଛନ୍ତି ।