ଓଡିଶା ଶିଳ୍ପ ସଂଘର କ୍ୱାଲିଟି ସମ୍ପର୍କିତ କର୍ମଶାଳା, ଓଡ଼ିଶା ଶିଳ୍ପ ସଂଘରେ ବି.ଆଇ.ଏସ ର ଟେଷ୍ଟିଙ୍ଗ ଲ୍ୟାବକୁ ଗୁରୁତ୍ୱ !
Cuttack (କଟକ)ରିପୋର୍ଟ: ସୁରେନ୍ଦ୍ର ଜେନା, କଟକJune 20, 2026126 views

ରିପୋର୍ଟ: ସୁରେନ୍ଦ୍ର ଜେନା, କଟକ
ଜଗତପୁର,:ଭାରତ ସରକାରଙ୍କ ଏମ୍.ଏସ.ଏମ.ଇ.ଡି.ଏଫ୍. ଓ ଏବଂ ବି. ଆଇ.ଏସ୍. ମିଳିତ ସହଯୋଗରେ କ୍ୱାଲିଟୀ ସମ୍ପର୍କିତ ଏକ କର୍ମଶାଳା ଓଡ଼ିଶା ଶିଳ୍ପ ସଂଘ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଶିଳ୍ପ ସଂଘ ଅଧ୍ୟକ୍ଷ ଅବନୀ କାନୁନଗୋ ଉକ୍ତ କର୍ମଶାଳାରେ ସଭାପତିତ୍ୱ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ | କ୍ଷୁଦ୍ର ଶିଳ୍ପର ଉତ୍ପାଦିତ ସାମଗ୍ରୀର ଗୁଣବତ୍ତା ଏବଂ ଏହାକୁ ମାପିବାର ଆବଶ୍ୟକତାକୁ ଶ୍ରୀ କାନୁନଗୋ ଅତି ସରଳ ଭାବରେ ବୁଝାଇବା ସହ
ଭାରତରେ ପ୍ରସ୍ତୁତ ସମସ୍ତ ସାମଗ୍ରୀର ଗୁଣବତ୍ତାର ମାନକ ଧାର୍ଯ୍ୟ କରିବା ଏବଂ ତାକୁ ସଠିକ୍ ଭାବରେ ନିୟନ୍ତ୍ରଣ କରିବା ପାଇଁ ବି.ଆଇ.ଏସ୍. ହେଉଛି ଭାରତ ସରକରଙ୍କ ଏକ ପ୍ରମୁଖ ସଂସ୍ଥା ବୋଲି କହିଥିଲେ । ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ ଏମ୍.ଏସ.ଏମ.ଇ.ଡି.ଏଫ୍. ଓ ଏବଂ ବି. ଆଇ.ଏସ୍. ର ଓଡ଼ିଶା ଡାଇରେକ୍ଟର ପି. କେ. ଗୁପ୍ତା ଯୋଗଦେଇ କ୍ଷୁଦ୍ର ଶିଳ୍ପରେ ଗୁଣବତ୍ତାର ମାନକ ବଜାୟ ରଖିବାର ଆବଶ୍ୟକତାକୁ ଆଲୋକପାତ କରିଥିଲେ । ସେଥିପାଇଁ ଆବଶ୍ୟକ ସମସ୍ତ ସହଯୋଗ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ବି.ଆଇ.ଏସ୍. ର କଲିକତା ସ୍ତିତ ରିଜିଓନାଲ ଅଫିସର ସିନିୟର୍ ଡାଇରେକ୍ଟର ଶୁଭଦୀପ ବସୁ ଯୋଗଦେଇ ଆଜିର ଦୁନିଆରେ କ୍ୱାଲିଟୀ ର ଆବଶ୍ୟକତା ଏବଂ ବିଶ୍ୱ ବଜାରରେ ବି.ଈଇ.ଏସ୍. ର ମାନ୍ୟତା ବିଷୟରେ ସବିଶେଷ ଆଲୋଚନା କରିଥିଲେ। ସାରା ପୃଥିବୀରେ ଭାରତ ତିଆରି ଜିନିଷ ର ଚାହିଦାକୁ ବଢ଼ାଇବା ପାଇଁ ଗୁଣବତ୍ତା ବା କ୍ୱାଲିଟୀ ହେଉଛି ମୁଖ୍ୟ ଆବଶ୍ୟକତା ଏବଂ ଏହି କ୍ୱାଳିଟୀ କୁ ପରଖିବା ପାଇଁ ଆବଶ୍ୟକ ବି.ଆଇ.ଏସ୍. ମାନର ଲ୍ୟାବ ଅତ୍ୟନ୍ତ ବ୍ୟୟ ବହୁଳ ହୋଇଥିବାରୁ ଏହାକୁ ପୂରଣ କରିବା କ୍ଷୁଦ୍ର ଶିଳ୍ପଦ୍ୟୋଗୀ ମାନଙ୍କ ପାଇଁ କଷ୍ଟସାଧ୍ୟ । ଏହି ଆବଶ୍ୟକତା କୁ ପୂରଣ କରିବା ପାଇଁ ଭାରତ ସରକାର ଙ୍କ ତରଫରୁ ବି.ଆଇ.ଏସ୍. ସହଯୋଗରେ ଓଡ଼ିଶା ଶିଳ୍ପ ସଂଘରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମନ ଟେଷ୍ଟିଙ୍ଗ ଲ୍ୟାବ ପ୍ରତିଷ୍ଠା କରାଗଲେ କ୍ଷୁଦ୍ର ଶିଳ୍ପଦ୍ୟୋଗୀମାନେ ବହୁତ କମ ଖର୍ଚରେ ସେମାନଙ୍କ ତିଆରି ଜିନିଷର କ୍ୱାଲିଟୀ ଟେଷ୍ଟ କରିପାରିବେ ବୋଲି ଶ୍ରୀ ବସୁ କହିଥିଲେ | ସେହିପରି ବି.ଆଇ.ଏସ୍. ଭୁବନେଶ୍ଵର ସ୍ଥିତ ଶାଖା ଡାଇରେକ୍ଟର ଅକ୍ଷୟ କୁମାର ପୁରୋହିତ ସମ୍ମାନୀତ ଅତିଥି ଭାବେ ଯୋଗଡେଇ ସମସ୍ତ ଶିଳ୍ପଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହନ କରିବା ସହିତ ଉତ୍ପାଦିତ ସମସ୍ତ ଜିନିଷର ଗୁଣବତ୍ତା ନିୟନ୍ତ୍ରଣ ରଖିବାରେ ସରକାର ଙ୍କ ତରଫରୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ। ଏହି କର୍ମଶାଳାରେ ୫୦ରୁ ଉର୍ଦ୍ଧ୍ୱ ଶିଳ୍ପଦ୍ୟୋଗୀ ଏବଂ କଟକ ସ୍ଥିତ ଅନ୍ୟ ଶିଳ୍ପ ସଂଘର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ଶିଳ୍ପ ସଂଘ ପୂର୍ବତନ ସମ୍ପାଦକ ଗୌର ଗୋପାଳ ସେନ ମଞ୍ଚ ପରିଚାଳନା କରିଥିଲେ | ଶିଳ୍ପ ସଂଘ ଉପସଭାପତି ବିନୋଦ ଭୂତ୍, ସମ୍ପାଦକ ଦେବେନ୍ଦ୍ର ଶର୍ମା, ସୁଭ୍ରକାନ୍ତ ପଣ୍ଡା, ଅଜୟ ପଣ୍ଡା, ଅଶୋକ ସାହୁ, ରମା ବଲ୍ଲଭ ନାୟକ, ବିପିନ ଦଣ୍ଡପାଟ, ପ୍ରଶାନ୍ତ ମହାପାତ୍ର, ଅରୁଣ ବାଗେଡିଆ, ସୁଧାକର ସ୍ୱାଇଁ, ଶାଶ୍ୱତ ଜେନା, ଅକ୍ଷୟ ଜେନା, ପ୍ରିୟ ରଞ୍ଜନ ମହାନ୍ତି, ନିହାର କୁମାର ଭୂୟାଁ, ଅନିଲ ଜୈନ, ସୁଶାନ୍ତ କୁମାର ମଲ୍ଲିକ, ଅଭିଳାଶ ଦାସ ପ୍ରମୁଖ ଉକ୍ତ କର୍ମଶାଳାରେ ଯୋଗ ଦେଇଥିଲେ | ଶେଷରେ ବେଳେ ସଂଘ ସଭାପତି ରାଜେଶ କାନୁନଗୋ ଧନ୍ୟବାଦ୍ ଅର୍ପଣ କରିବା ସହ ଉତ୍ପାଦିତ ସାମଗ୍ରୀ ର ଉନ୍ନତ ଗୁଣବତ୍ତା ହିଁ ଭାରତକୁ ବିଶ୍ୱ ବଜାରରେ ଅଗ୍ରଣୀ କରିପାରିବ ବୋଲି କହିଥିଲେ।

