ମନରେଗା ରାସ୍ତା କାମରେ ଫଲ୍ସ ବିଲ ଅଭିଯୋଗ
Kalahandi (କଳାହାଣ୍ଡି)ରିପୋର୍ଟ: ରିତେଶ କୁମାର ମୁଣ୍ଡ, ଜୟପାଟଣାJune 20, 202691 views

ରିପୋର୍ଟ: ରିତେଶ କୁମାର ମୁଣ୍ଡ, ଜୟପାଟଣା
କଳାହାଣ୍ଡି- ଜୟପାଟଣା: ମନରେଗା ଯୋଜନା ରେ ବ୍ୟାପକ ଦୁର୍ନୀତି ଅଭିଯୋଗ ସାମ୍ନାକୁ ଆସିଛି l କାମ ନକରି ସ୍ଥାନୀୟ ADEO ସରପଞ୍ଚ ଏବଂ PEO ମିଳିତ ଭାବରେ ବିଲ ହଡ଼ଫ୍ କରିଥିବା ଅଭିଯୋଗ ଆସୁଛି ।
ହଁ ଆଜ୍ଞା ଏଭଳି ଦୁର୍ନୀତି ଅଭିଯୋଗ ଆସିଛି କଲାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବାନେର ଗ୍ରାମପଞ୍ଚାୟତର ଲୁହବୁହା ଠାରୁ କଦଲୀବାହାଲି ରାସ୍ତା ଉନ୍ନତି କାରଣ ପ୍ରକଳ୍ପରେ ।
ରାସ୍ତା ଉନ୍ନତିକରଣ ପାଇଁ ମନରେଗା ଯୋଜନା ର ପାଞ୍ଚ ଲକ୍ଷ ଟଙ୍କା ପାଣ୍ଠି ରହିଥିବା ବେଳେ ୩ ଲକ୍ଷ ୬୨ ହଜାର ୯୧୦ ଟଙ୍କା କେବଳ ଶ୍ରମିକ ନିୟୋଜିତ କରି ତାଙ୍କ ଜବକାର୍ଡ ମାଧ୍ୟମରେ ମଜୁରୀ ଦେବା ବଦଳରେ , କାମ ନକରି କେତେକ ଜବକାର୍ଡ ହିତାଧିକାରୀଙ୍କୁ କିଛି ପଇସା ଦେଇ NMMS ଦ୍ୱାରା ପଇସା ପକାଇ ହଡ଼ଫ୍ କରିଥିବା ଜଣାପଡ଼ିଛି।
ଖାଲି ସେତିକି ନୁହଁ ୧ ଲକ୍ଷ୍ୟ ୩୯ ହଜାର ୯0 ଟଙ୍କା ସାମଗ୍ରୀ ଅଂଶ ରହିଥିବା ବେଳେ ଏହାର କୌଣସି କାମ ନକରି ରାତି ଅଧରେ ମୁରୁମ୍ ଟିକେ ଟିକେ JCB ମେସିନ୍ ବ୍ୟବହାର କରି ସ୍ପ୍ରେଡ କରିଥିବା ଜଣାପଡ଼ିଛି ।
ଗ୍ରାଉଣ୍ଡ ଜିରୋ ରେ ଦେଖିବାକୁ ଗଲେ କୌଣସି ରାସ୍ତା କାମ କରାଯାଇ ନାହିଁ, ଭଲରେ ରାସ୍ତା ତିଆରି କରାଯାଉ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।ଏନେଇ ସରକାର ଏବଂ ପ୍ରଶାସନ ପକ୍ଷରୁ କେବେ ଦୃଷ୍ଟି ଦେବେ କିମ୍ବା ଦୁର୍ନୀତି କୁ ଘଣ୍ଟ ଘୋଡାଇ ରଖିବେ ତାହା ଦେଖିବାକୁ ବାକି ରହିଲା।
