ପାତ୍ରପୁର ବ୍ଲକ ଆଙ୍କୁଲିରେ ମାଗଣା ଅଟୋ ଆମ୍ବୁଲାନ୍ସ ର ଶୁଭାରମ୍ଭ
Ganjam (ଗଞ୍ଜାମ)କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧି ଓଡ଼ିଶାJune 20, 202650 views

କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧି ଓଡ଼ିଶା
ପାତ୍ରପୁର:(ଚିକିଟି )ଦୁର୍ଗମ ଅଞ୍ଚଳରେ ରହୁଥିବା ଗର୍ଭବତୀ ମାଆ ଏବଂ ଏକ ବର୍ଷରୁ କମ୍ ଶିଶୁମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ପାତ୍ରପୁର ବ୍ଲକର ଆଙ୍କୁଲି ପରି ଏକ ଦୁର୍ଗମ ଅଞ୍ଚଳରେ ଆୟୋଜିତ 'ବ୍ଲକ ସ୍ତରୀୟ ନିରୀକ୍ଷଣ ସାଥୀ' କାର୍ଯ୍ୟକ୍ରମରେ ଯୋଗ ଦେଇ ଚିକିଟିର ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରା ମୁଖ୍ୟ ଅତିଥି ଭାବେ ଯୋଗଦେଇ "ମାଗଣା ଅଟୋ ଆମ୍ବୁଲାନ୍ସ" ସେବାର ଶୁଭ ଉଦ୍ଘାଟନ କରିଛନ୍ତି । ରାସ୍ତାଘାଟ ସମସ୍ୟା ଥିବା ଆଭ୍ୟନ୍ତରୀଣ ଅଞ୍ଚଳରେ ଜରୁରୀକାଳୀନ ସମୟରେ ଗର୍ଭବତୀ ମହିଳା ଏବଂ ଶିଶୁମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ଏହି ଅଟୋ ଆମ୍ବୁଲାନ୍ସ ବେଶ ସହାୟକ ହେବ । କାର୍ଯ୍ୟକ୍ରମରେ ଗର୍ଭବତୀ ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଯତ୍ନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ବିଧାୟକ ଶ୍ରୀ ଦ୍ୟାନ ସାମନ୍ତରା କହିଛନ୍ତି ଯେ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୌଣସି ବ୍ୟକ୍ତି ଯେପରି ଅବହେଳିତ ନହୁଅନ୍ତି, ତାହାକୁ ସରକାର ପ୍ରାଥମିକତା ଦେଉଛନ୍ତି । ଏହି ମାଗଣା ଅଟୋ ଆମ୍ବୁଲାନ୍ସ ସେବା ସ୍ଥାନୀୟ ଅଧିବାସୀଙ୍କ ପାଇଁ ଏକ ବଡ଼ ସହାୟତା ହେବ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ସ୍ୱାସ୍ଥ୍ୟକର୍ମୀ ଏବଂ ବହୁ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ରହି ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ
