--:--:--
-- ---
Srishti News

ଅସରାଏ ବର୍ଷାରେ ନାୟକସାହି ଜଳମଗ୍ନ, ଆଣ୍ଠୁଏ ପାଣିରେ ଯାତାୟାତ ହେଲା ବାଧାପ୍ରାପ୍ତ

Bhadrak (ଭଦ୍ରକ)ରିପୋର୍ଟ: ଶିଶିର କୁମାର ସ୍ୱାଇଁ, ଧାମନଗରJune 20, 2026111 views
ଅସରାଏ ବର୍ଷାରେ ନାୟକସାହି ଜଳମଗ୍ନ, ଆଣ୍ଠୁଏ ପାଣିରେ ଯାତାୟାତ ହେଲା ବାଧାପ୍ରାପ୍ତ
ରିପୋର୍ଟ: ଶିଶିର କୁମାର ସ୍ୱାଇଁ, ଧାମନଗର ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର କୋରୁଆ ଗ୍ରାମର ୮ ନମ୍ବର ୱାର୍ଡ ନାୟକ ସାହିରେ ଅଳ୍ପ ବର୍ଷାରେ ମଧ୍ୟ ରାସ୍ତା ଉପରେ ଆଣ୍ଠୁଏ ପାଣି ଜମି ରହୁଥିବାରୁ ସ୍ଥାନୀୟ ଲୋକମାନେ ଦୁର୍ଭୋଗର ସମ୍ମୁଖୀନ ହେଉଛନ୍ତି। ଗ୍ରାମବାସୀଙ୍କ କହିବାନୁସାରେ, ରାସ୍ତାର ଦୁଇ ପାର୍ଶ୍ୱରେ ଜବରଦଖଲ, ନିଷ୍କାସନ ବ୍ୟବସ୍ଥାର ଅଭାବ ଏବଂ ପ୍ରଶାସନିକ ସ୍ତରରେ ସଠିକ ଯୋଜନା ଓ ଦୂରଦୃଷ୍ଟିର ଅଭାବ ଯୋଗୁଁ ଦୀର୍ଘ ଦିନ ଧରି ଏହି ସମସ୍ୟା ଲାଗି ରହିଛି। ବର୍ଷା ହେଲେ ରାସ୍ତା ଉପରେ ପାଣି ଜମି ରହୁଥିବାରୁ ପାଦଚାରୀ ଓ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହେଉଛି। ବିଶେଷକରି ବୃଦ୍ଧ, ମହିଳା ଓ ସ୍କୁଲ ଛାତ୍ରଛାତ୍ରୀମାନେ ଦୈନନ୍ଦିନ ଯାତାୟାତରେ ଅଧିକ ସମସ୍ୟା ଭୋଗୁଛନ୍ତି। ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଧାମନଗର ବ୍ଲକ ପ୍ରଶାସନ ଓ ଗୋବିନ୍ଦପୁର ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି ଜଣାଇଛନ୍ତି। ସ୍ଥାନୀୟ ଲୋକଙ୍କ ମତରେ, ଜଳ ନିଷ୍କାସନ ବ୍ୟବସ୍ଥାର ସୁଧାର ଓ ଜବରଦଖଲ ଉଚ୍ଛେଦ କରାଗଲେ ଏହି ଦୀର୍ଘଦିନର ସମସ୍ୟାର ସମାଧାନ ସମ୍ଭବ ହୋଇପାରିବ।