ସ୍ୱାର୍ଥ ହାସଲ ନହେବାରୁ ପୁଣି ବିଜେଡିକୁ ଡିଆଁ ମାରିଲେ ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା: ବିଜେପିର କଡ଼ା ସମାଲୋଚନା
Ganjam (ଗଞ୍ଜାମ)ରିପୋର୍ଟ: କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧି, ଓଡିଶାJune 20, 202655 views

ରିପୋର୍ଟ: କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧି, ଓଡିଶା
ଗଞ୍ଜାମ-ବୁଗୁଡ଼ା: ବୁଗୁଡ଼ା ବ୍ଲକ ରାଜନୀତିରେ ପୁଣି ଏକ ବଡ଼ ଧରଣର ଅଦଳବଦଳ ଦେଖିବାକୁ ମିଳିଛି। ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା କେ. ପ୍ରିୟଦର୍ଶିନୀ ଆଚାରୀ ପୂର୍ବରୁ ବିଜେଡିରେ କିନ୍ତୁ ସେ ୨୦୨୪ ରେ ବିଜେପିରେ ସାମିଲ୍ ହୋଇଥିଲେ।କିନ୍ତୁ ଆଜି ବିଜେପି ଛାଡ଼ି ପୁଣି ଥରେ ବିଜେଡିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ତାଙ୍କର ଏହି ଦଳ ବଦଳକୁ ନେଇ ବୁଗୁଡ଼ା ବିଜେପିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଜେପି ନେତାମାନେ ଅଧ୍ୟକ୍ଷାଙ୍କୁ କଡ଼ା ସମାଲୋଚନା କରିଛନ୍ତି।ଘଟଣାକୁ ନେଇ ବୁଗୁଡ଼ା ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, "ଆମେ ଦୁହେଁ ମିଶି ବିଜେପିକୁ ଆସିଥିଲୁ। କିନ୍ତୁ ଅଧ୍ୟକ୍ଷା କେ. ପ୍ରିୟଦର୍ଶିନୀ ଆଚାରୀ କେବଳ ନିଜର ସ୍ୱାର୍ଥ ହାସଲ ପାଇଁ ଦଳକୁ ଆସିଥିଲେ। ଏବେ ସ୍ୱାର୍ଥ ହାସଲ ନହେବାରୁ ସେ ପୁଣି ବିଜେଡିକୁ ଡିଆଁ ମାରିଛନ୍ତି। ଯାହାର ନିଜର କୌଣସି ସ୍ଥିରତା ନାହିଁ, ସେ ଆଗାମୀ ଦିନରେ କଂଗ୍ରେସ କିମ୍ବା ଆମ ଆଦମୀ ପାର୍ଟିକୁ ମଧ୍ୟ ଯାଇପାରନ୍ତି।ଏହା ସହିତ ବୁଗୁଡ଼ା ନଗର ବିଜେପି ସଭାପତି କେଦାରନାଥ ମହାରଣା ମଧ୍ୟ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅଧ୍ୟକ୍ଷାଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, କେ. ପ୍ରିୟଦର୍ଶିନୀ କେବଳ ବିଜେଡି କି ବିଜେପି ନୁହେଁ, ବରଂ କଂଗ୍ରେସ ଦଳକୁ ଯିବା ପାଇଁ ମଧ୍ୟ ଚେଷ୍ଟା ଚଳାଇଥିଲେ। କେବଳ ନିଜର ବ୍ୟକ୍ତିଗତ ଫାଇଦା ପାଇଁ ସେ ଏଭଳି ରାଜନୈତିକ ସ୍ଥିତି ବଦଳାଉଛନ୍ତି।ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଆଇନଜୀବୀ ହରପ୍ରସାଦ ଦାସ ଅଧ୍ୟକ୍ଷାଙ୍କ ଉପରେ ଆହୁରି ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି:"ଯାହାର ନା ଅଛି ସ୍ଥିତି, ନା ଅଛି ଗତି, ସେ କେବଳ ନିଜ ସ୍ୱାର୍ଥ ସାଧନ ପାଇଁ ମନ୍ତ୍ରୀଙ୍କ ଉପରେ ଚାପ ପ୍ରୟୋଗ କରୁଥିଲେ। ମାତ୍ର ତାଙ୍କର ଏହି ଅଯଥା ସ୍ୱାର୍ଥ ହାସଲ ନହେବାରୁ ସେ ଶେଷରେ ବିଜେପି ଦଳ ଛାଡ଼ିବାକୁ ବାଧ୍ୟ ହେଲେ।"ବୁଗୁଡ଼ା ରାଜନୀତିରେ ଅଧ୍ୟକ୍ଷାଙ୍କ ଏହି ଦଳ ବଦଳ ଏବଂ ବିଜେପି ନେତାମାନଙ୍କର ଏହି ପ୍ରତିକ୍ରିୟା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
