ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ଵାରା ସମୀକ୍ଷା ବୈଠକ ଅନୁଷ୍ଠିତ
Bhubaneswar (ଭୁବନେଶ୍ୱର)କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧି, ଓଡିଶାJune 19, 202689 views

ଭୁବନେଶ୍ୱର: ତା:୧୯.୦୬.୨୦୨୬ ରିଖରେ ଭୁବନେଶ୍ୱର ସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ବାଲେଶ୍ୱର, ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ନୟାଗଡ଼,ଏବଂ ନୂଆପଡ଼ା ଜିଲ୍ଲାର ଡିଏସଡବ୍ଲ୍ୟୁଓ, ସିଡିପିଓ, ସୁପରଭାଇଜର ତଥା ଅନ୍ୟାନ୍ୟ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କ ସହ ଆଭାସୀ ମାଧ୍ୟମରେ ଏକ ସମୀକ୍ଷା ବୈଠକ ହୋଇଥିଲା। ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶିକା ଶ୍ରୀମତୀ ମୋନିଷା ବାନାର୍ଜୀ, ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ସ୍ୱୟଂପ୍ରଭା ମହାନ୍ତି ତଥା ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।
ବୈଠକରେ ନିମ୍ନ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରୁଥିବା ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର କାର୍ଯ୍ୟକଳାପ, ପୋଷଣ ଟ୍ରାକରରେ ଅପଲୋଡ୍ ହୋଇଥିବା ତଥ୍ୟର ଯାଞ୍ଚ ଏବଂ ବିଭିନ୍ନ ବିଷୟରେ ସବିଶେଷ ସମୀକ୍ଷା କରାଯାଇଥିଲା। ସେହିପରି, ଏହି କେନ୍ଦ୍ରଗୁଡ଼ିକର କାର୍ଯ୍ୟଦକ୍ଷତାରେ ସୁଧାର ଆଣିବା, ତଥ୍ୟର ଗୁଣାତ୍ମକତା ବୃଦ୍ଧି କରିବା ଓ ସେବା ପ୍ରଦାନକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା।
