ଧର୍ମଗଡ଼ ବ୍ଲକର ବିଭିନ୍ନ ଧାନମଣ୍ଡି ପରିଦର୍ଶନ କଲେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ଅବ୍ୟସ୍ଥା ନେଇ କ୍ଷୁବ୍ଧ ପ୍ରକାଶ, ଚାଷୀ ସହ ଆଲୋଚନା
Kalahandi (କଳାହାଣ୍ଡି)ରିପୋର୍ଟ: ନିରାକାର ଗୋପାଳ, ସ୍ୱତନ୍ତ୍ର ପ୍ରତିନିଧି, ଧର୍ମଗଡ଼June 19, 2026154 views

ଧର୍ମଗଡ: କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ର ବିଭିନ୍ନ ମଣ୍ଡି ସମସ୍ୟା ଦିନ କୁ ଦିନ ଉତ୍କଷ୍ଟ ହେବା ରେ ଲାଗିଛି।ବିଭିନ୍ନ ଧାନ ମଣ୍ଡି ରେ ହଜାର ହଜାର କୁଇଣ୍ଟାଲ ଧାନ ପଡି ରହିଛି।ମିଲର୍ସ ଙ୍କ ମନ ମାନି ଯୋଗୁ ସମସ୍ୟା ଉପୁଜି ଥିବା ଅଭିଯୋଗ ହେଉଛି।କେଉଁଠି ଧିମା ଗତି ରେ ଧାନ ଉଠୁ ଥିବା ବେଳେ କେଉଁଠି ମିଲର୍ସ ଗାଡି ପଠାଉ ନଥିବା କୁହା ଯାଉଛି।ଏପରିକି ଅନେକ ମଣ୍ଡିରେ ଟାର୍ଗେଟ ନ ଥିବା ଯୋଗୁ ଚାଷୀ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି।ଗୁରୁବାର ଦିନ ବିଜେଡି ଦଳ ର ପୂର୍ବତନ ଧର୍ମଗଡ଼ ବିଧାୟକ ତଥା ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ବିଭିନ୍ନ ମଣ୍ଡି ପରିଦର୍ଶନ କରି ଚାଷୀ ଙ୍କ ସହ ଆଲୋଚନା କରିଛନ୍ତି।ପର୍ଲା ସ୍ଥିତ ଧାନ ମଣ୍ଡି ପରିଦର୍ଶନ କରି ଚାଷୀ ଙ୍କ ସହ ଆଲୋଚନା ହୋଇଥିବା ବେଳେ ବିଭିନ୍ନ ସମସ୍ୟା ଥିବା ନେଇ ଜାଣିବା କୁ ପାଇ ଥିଲେ।ପର୍ଲା ମଣ୍ଡି ରେ ହଜାର ହଜାର କୁଇଣ୍ଟାଲ ଧାନ ପଡି ରହିଥିଲେ ମଧ୍ୟ ମିଲର୍ସ ଉଠାଉ ନ ଥିବା ଚାଷୀ ଅଭିଯୋଗ କରିଥିଲେ ।ଏପରିକି ଖୋଲା ଆକାଶ ତଳେ ଧାନ ବସ୍ତା ପଡି ରହିଥିବା ଦେଖିବାକି ମିଳିଥିଲା।ବର୍ତ୍ତମାନ ପର୍ଲା ମଣ୍ଡିରେ ୬୯ଜଣ ଚାଷୀ ଙ୍କ ୧୧,୧୭୮ବସ୍ତା ଧାନ ପଡି ରହିଛି।ମୋଟ ଚାଷୀ ୫୨୪ଜଣ ପଞ୍ଜିକୃତ କରିଥିବା ବେଳେ ୧୮୯ଜଣ ଚାଷୀ ଙ୍କ ୧୦,୦୦୪କୁଇଣ୍ଟା ଲ ଧାନ ଉଠି ସାରିଛି।ପ୍ରଥମ ପ୍ରଯ୍ୟାୟ ରେ ମୋଟ ଟାର୍ଗେଟ ୧୫,୬୦୦କୁଇଣ୍ଟାଲ ରହିଥିବା ବେଳେ ବର୍ତ୍ତମାନ ୭୯୬୬କୁଇଣ୍ଟାଲ ଷ୍ଟକ ରହିଥିବା ଜଣାପଡିଛି।ଏଥିପାଇଁ ୬ଟି ମିଲର୍ସ ମୁତୟନ ରହିଛନ୍ତି।ହେଲେ ଟାର୍ଗେଟ ଅନୁଯାୟୀ ଚାଷୀ ଙ୍କ ଧାନ ଅଧିକା ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଟାର୍ଗେଟ ନ ଆସିବା ଓ ମିଲର୍ସ ଗାଡି ନ ପଠାଇବା ଭଳି ସମସ୍ୟା ଉପଜିଛି। ଚାଷୀ ଙ୍କ ସହ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ ଆଲୋଚନା ବେଳେ ଏ ସବୁ ସମସ୍ୟା ଜାଣି କ୍ଷୁବ୍ଧ ପ୍ରକାଶ କରିଛନ୍ତି।ଫୋନ ଯୋଗେ ଜିଲ୍ଲା ପ୍ରଶାସନ ଙ୍କ ସହ ଆଲୋଚନା କରି ଦୈନକ ଗାଡି ପଠାଇବା ସହ ଧାନ ଉଠାଇବା କୁ କହିଥିଲେ।ମଣ୍ଡି ର ଅବ୍ୟବସ୍ଥା ପ୍ରତି ଜିଲ୍ଲା ପ୍ରଶାସନ ଯତ୍ନବାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କୁ ଓହ୍ଲାଇବା କୁ ଚେତାବନୀ ଦେଇଛନ୍ତି।ତେବେ ଆସନ୍ତା ଦିନ ଠାରୁ ସ୍ୱାଭାବିକ ଭାବେ ପ୍ରତି ଦିନ ଧାନ ଉଠିବା କୁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।ଏହି ପରିଦର୍ଶନ ବେଳେ ଜିଲ୍ଲା ପରିଷଦ ସଭ୍ୟ ଗୋପୀନାଥ ମହାନନ୍ଦ,ଧର୍ମଗଡ଼ ବ୍ଲକ ବିଜେଡି ସଭାପତି ଡାକେ ଲହଜଳ, ବ୍ଲକ ସଭାନେତ୍ରୀ ମମତା ଗୋପାଳ ପ୍ରମୁଖ୍ ଉପସ୍ଥିତ ରହିଥିଲେ।
