--:--:--
-- ---
Srishti News

ନାନକାର ଗ୍ରାମର ବାଦୀପାଲା ଉଦଯାପିତ

Cuttack (କଟକ)ରିପୋର୍ଟ:ସୁରେନ୍ଦ୍ର ଜେନା, କଟକJune 19, 202667 views
ନାନକାର ଗ୍ରାମର ବାଦୀପାଲା ଉଦଯାପିତ
ଜଗତପୁର:ସାଂପ୍ରତିକ କାଳରେ ମନୋରଞ୍ଜନର ଅନେକ ବିକଳ୍ପ ଆସିଯାଇଥିବାରୁ ଯୁବ ସମାଜ ନିକଟରେ ଏହି ସାଂସ୍କୃତିକ ପାଲା ତାର ଆକର୍ଷଣ ହରାଇଛି | ଫଳରେ ଏହାର ପ୍ରଚାର ପ୍ରସାର ହୋଇନପାରି କ୍ରମେ କ୍ରମେ ଲୋପ ପାଇବାକୁ ବସିଛି | ଏହାକୁ ଦୃଷ୍ଟିରେ ରଖି ଜଗତପୁରସ୍ଥିତ ନାନକାର ଗ୍ରାମର ଉତ୍ସାହି ଯୁବ ସମାଜ ଗ୍ରାମର ଦୀର୍ଘ ୬୪ ବର୍ଷର ଏହି ଆଧ୍ୟାତ୍ମିକ ପୌରାଣିକ କାର୍ଯ୍ୟକ୍ରମ ବାଦି ପାଲାକୁ ଆଗେଇ ନେଇଛନ୍ତି | ସତ୍ୟନାରାୟଣ ଶାନ୍ତି କମିଟି ଆନୁକୁଲ୍ୟରେ ନାନକାର ଗ୍ରମର ସତ୍ୟନାରାୟଣ ବାଦିପାଲା ଦୀର୍ଘ ୫ଦିନ ଧରି ଅନୁଷ୍ଠିତ ହୋଇଯାଇଛି | ଯାଜପୁର ଜିଲ୍ଲା କୋରେଇ ଅଞ୍ଚଳର ଗାୟକ ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟ ଓ ଖୋର୍ଦ୍ଧା ଜିଲ୍ଲାର ଗାୟକ ଧରଣୀଧର ନାୟକ ଓ ତାଙ୍କ ସାଥି ମାନଙ୍କ ଦ୍ୱାରା ପାଲା ପରିବେଷଣ କରାଯାଇଥିଲା | ସାହି ମୁରବୀ ଗଣେଶ୍ୱର ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ବାଦିପାଲାରେ ଅତିଥିଭାବେ କଟକ ମହାନଗର ନିଗମ ଡେପୁଟି ମେୟର ଦମୟନ୍ତି ମାଝୀ ଯୋଗଦେଇଥିଲେ | ଏହି ଅବସରରେ ଗ୍ରାମର ବୟୋଜ୍ୟୋଷ୍ଠ ମୁରବୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ଗ୍ରାମର ସୁଦାମ ଚରଣ ନାୟକ, ବାସୁଦେବ ରାଉତ, ସନାତନ ନାୟକ, ପ୍ରତାପ ନାୟକ, କରୁଣାକର ସ୍ୱାଇଁ, ସନ୍ତୋଷ ସ୍ୱାଇଁ, ନବକିଶୋର ସ୍ୱାଇଁ, କେଦାର ପାତ୍ର, ରବିନ୍ଦ୍ର ନାୟକ, ନାରାୟଣ ନାୟକ, ରଞ୍ଜନ କୁମାର ଜେନା, ଦେବେନ୍ଦ୍ର ଜେନା, ସୁଧିର ବେହେରା ଓ ଗିରିଧାରୀ ପ୍ରଧାନଙ୍କ ସମେତ ସମସ୍ତ ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ |