ସାଲିଆସାହି ଏକାମ୍ର ବିହାର ଶିବ ମନ୍ଦିରରେ ଶିବ–ପାର୍ବତୀ ବିବାହ ଓ ଶୀତଳ ଷଷ୍ଠୀ ମହୋତ୍ସବ
Bhubaneswar (ଭୁବନେଶ୍ୱର)ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼, ସାଲିଆସାହିJune 19, 202664 views

ଭୁବନେଶ୍ୱର: ସାଲିଆସାହି ଏକାମ୍ର ବିହାର ସ୍ଥିତ ଶିବ ମନ୍ଦିର ପରିସରରେ ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶିବ–ପାର୍ବତୀ ବିବାହ ଓ ଶୀତଳ ଷଷ୍ଠୀ ମହୋତ୍ସବ ଧୁମଧାମରେ ପାଳନ କରାଯାଇଛି। ବୈଦିକ ରୀତିନୀତି ଅନୁସାରେ ଦେବାଦିଦେବ ମହାଦେବ ଓ ମା’ ପାର୍ବତୀଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଥିବା ବେଳେ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଓ ଭକ୍ତିଭାବ ଦେଖିବାକୁ ମିଳିଥିଲା।
ଏହି ଅବସରରେ ଜୟଦେବ ନାୟକ, ବାବୁ ଭାଇ, କାଳନ୍ଦୀ ପ୍ରଧାନ, ବିଦ୍ୟାଧର ପ୍ରଧାନ, ବାଙ୍କାନିଧି ବେହେରା, ସନିଆ ବେହେରାଙ୍କ ସହ ସାଲିଆସାହି ଅଞ୍ଚଳର ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଓ ସ୍ଥାନୀୟ ବାସିନ୍ଦା ଯୋଗଦେଇ ଉତ୍ସବକୁ ସଫଳ କରିଥିଲେ।
ଧାର୍ମିକ କାର୍ଯ୍ୟକ୍ରମ ସହ ଭଜନ, କୀର୍ତ୍ତନ ଓ ପ୍ରସାଦ ସେବନର ଆୟୋଜନ ହୋଇଥିଲା। ଉତ୍ସବ ମାଧ୍ୟମରେ ଅଞ୍ଚଳରେ ସାମ୍ପ୍ରଦାୟିକ ସଦ୍ଭାବ, ଭାଇଚାରା ଓ ଧାର୍ମିକ ଚେତନାର ବାର୍ତ୍ତା ପ୍ରସାରିତ ହୋଇଥିବା ସ୍ଥାନୀୟ ଲୋକମାନେ ମତ ପ୍ରକାଶ କରିଛନ୍ତି।
