୧୫୦ ଲିଟର ଦେଶୀ ମଦ ଜବତ ଓ ୧୫୦୦ ଲିଟର ମହୁଲ ପୋଚ ନଷ୍ଟ କରାଗଲା
Dhenkanal (ଢେଙ୍କାନାଳ)ରିପୋର୍ଟ: ସୁଶାନ୍ତ କୁମାର ପୋଥାଳ, ଭୁବନJune 18, 202650 views

ଢେଙ୍କାନାଳ-ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ଅବକାରୀ ବିଭାଗ ଦ୍ୱାରାଆଜି ଗୁରୁବାର ୧୫୦ଲିଟର ଦେଶୀ ମଦ ଜବତ ହେବା ସହ ୧୫୦୦ ଲିଟର ମହୁଲ ପୋଚ ନଷ୍ଟ କରାଯାଇଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନାନୁଯାୟୀ ଭୁବନ ଥାନା ଅନ୍ତର୍ଗତ ଏକତାଳି ଗ୍ରାମରେ ଦେଶୀମଦ ର ବିପୁଳ ଚୋରା କାରବାର ହେଉଥିବା ଖବର ପାଇ ଅବକାରୀ ନିରୀକ୍ଷକ ଶ୍ରୀଯୁକ ବୁଲୁ ପାତ୍ର ଗୁରୁବାର ସକାଳ ୬ ଘଟିକା ସମୟରେ ସଦଳ ବଳେ ଚଢ଼ାଉ କରିବାକୁ ପାଟ୍ରୋଲିଂ ରେ ଯାଇଥିଲେ । ତେବେ ମାଫିଆ ଙ୍କ ର କୌଣସି ସନ୍ଧାନ ମିଳି ନଥିବା ବେଳେ ଅତ୍ୟନ୍ତ ଚତୁରତାର ସହ ନଦୀ ପଠାରେ ବ୍ୟାରେଲ ଓ ଜାରକିନ୍ ରେ ଦେଶୀ ମଦ ଲୁଚାଇ ରଖାଯାଇଥିବା ବେଳେ ଗାତ ଖୋଳି ମହୁଲ ପୋଚ କୁ ମଦ ମାଫିଆ ପୋତି ଦେଇଥିଲେ । ଅବକାରୀ ବିଭାଗ କର୍ମଚାରୀ ମାନେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରି ମଦ ଓ ପୋଚ ସବୁ ଉଦ୍ଧାର କରିଥିଲେ ।
ଭୁବନ ଅବକାରୀ ଇନ୍ସପେକ୍ଟର ବୁଲୁ ପାତ୍ର ଙ୍କ ତତ୍ତ୍ଵାବଧାନରେ କନଷ୍ଟେବଳ ଶ୍ରଦ୍ଧାଞ୍ଜଳି ସାମଲ, ସୁଜିତ ନାୟକ,ଆଲୋକ କୁମାର ଜେନା ଙ୍କ ସହଯୋଗ କରିଥିଲେ । ଏ ସମ୍ପର୍କରେ କେଶ୍ ନଂ ୪୧/୨୦୨୬-୨୭ ରେ ମାମଲା ରୁଜୁ ହୋଇଥିବା ବେଳେ କାହାରିକୁ ଗିରଫ କରାଯାଇନାହିଁ ବୋଲି ଅବକାରୀ ବିଭାଗ ପକ୍ଷରୁ ଜଣାପଡ଼ିଛି ।
