ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତିରେ ଅନୁଗୋଳରେ “ଜାତି ଜନଜାତି ସମ୍ବାଦ” କାର୍ଯ୍ୟକ୍ରମ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJune 18, 202685 views

ଅନୁଗୋଳ: ଅନୁଗୋଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ “ଜାତି ଜନଜାତି ସମ୍ବାଦ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼. ବିଶ୍ୱ ଭୂଷଣ ସ୍ୱାଗତ ଭାଷଣ ଦେଇଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀ ବିଭାଗୀୟ ଯୋଜନା ସମ୍ପର୍କରେ ସୂଚନା ଦେଇ ଏହାର ସୁବିଧା ନେବାକୁ ଆହ୍ୱାନ କରିଥିଲେ।
ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ପ୍ରଭାତ କୁମାର ପ୍ରଧାନ ଆଦିବାସୀ ସମାଜର ପ୍ରକୃତି ସହ ନିବିଡ଼ ସମ୍ପର୍କର ପ୍ରଶଂସା କରି ସେମାନଙ୍କ ଉନ୍ନତି ପାଇଁ ସରକାର ପ୍ରତିବଦ୍ଧ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ପ୍ରଶାନ୍ତ କୁମାର ପୃଷ୍ଟି ଓ ସୁଶାନ୍ତ କୁମାର ବେହେରା ଉପସ୍ଥିତ ଥିଲେ। ମାନସ କୁମାର ଭଞ୍ଜ ଦେଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
