--:--:--
-- ---
Srishti News

ପ୍ରବଳ ଖରା ଓ ଗୁଳୁଗୁଳି ପାଇଁ ଗଞ୍ଜାମରେ ସ୍କୁଲ ଛୁଟି ଅବଧି ବୃଦ୍ଧି

Ganjam (ଗଞ୍ଜାମ)ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀJune 17, 202681 views
ପ୍ରବଳ ଖରା ଓ ଗୁଳୁଗୁଳି ପାଇଁ ଗଞ୍ଜାମରେ ସ୍କୁଲ ଛୁଟି ଅବଧି ବୃଦ୍ଧି
ବ୍ରହ୍ମପୁର, ୧୮/୦୬/୨୦୨୬: ଗଞ୍ଜାମ ଜିଲ୍ଲାରେ ଅସହ୍ୟ ଖରା ଓ ଗୁଳୁଗୁଳି ଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ ଛୁଟି ଅବଧିକୁ ବୃଦ୍ଧି କରାଯାଇଛି। ନୂତନ ନିର୍ଦ୍ଦେଶ ଅନୁଯାୟୀ, ଜିଲ୍ଲାର ସମସ୍ତ ସ୍କୁଲରେ ଜୁନ ୨୦ ତାରିଖ ପର୍ଯ୍ୟନ୍ତ ଛୁଟି ବଳବତ୍ତର ରହିବ। ବର୍ତ୍ତମାନ ଜିଲ୍ଲାରେ ତାପମାତ୍ରା ସହ ଆର୍ଦ୍ରତାର ପରିମାଣ ଅଧିକ ଥିବାରୁ ଗୁଳୁଗୁଳି ପରିସ୍ଥିତି ସୃଷ୍ଟି ହୋଇଛି। ଏପରି ପାଗରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ବିରୂପ ପ୍ରଭାବ ପଡ଼ିବାର ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନେଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ସର୍ବାଧିକ ପ୍ରାଧାନ୍ୟ ଦେଇ ପରିସ୍ଥିତିର ସମୀକ୍ଷା ପରେ ଛୁଟି ଅବଧି ବଢ଼ାଇବା ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ପାଗ ପରିସ୍ଥିତିରେ ସୁଧାର ଆସିବା ପରେ ସ୍କୁଲ ଖୋଲିବା ନେଇ ପରବର୍ତ୍ତୀ ନିଷ୍ପତ୍ତି ଘୋଷଣା କରାଯିବ ବୋଲି ସୂଚନା ମିଳିଛି।