ଟ୍ରାକ୍ଟର ଧକ୍କାରେ ବାଇକ୍ ଆରୋହୀ ମୃତ
Sambalpur (ସମ୍ବଲପୁର)ରିପୋର୍ଟ: ତରଣୀ ପଟେଲ, ତବଲାJune 17, 202634 views

ତବଲା ( ସମ୍ବଲପୁର ) : ସମ୍ବଲପୁର ଜିଲ୍ଲା ତବଲା ଛକ ନିକଟରେ ଆଜି ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରାକ୍ଟର ଏକ ବାଇକକୁ ପଛରୁ ଧକ୍କା ଦେବାରୁ ଗମ୍ଭାରୀପଙ୍କ ଗ୍ରାମର ଅମିତ୍ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ , ଅମିତ୍ ସାହୁ ନିଜ ବାଇକରେ ତବଲା ଛକ ଅତିକ୍ରମ କରୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରାକ୍ଟର ତାଙ୍କୁ ଜୋରରେ ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ଅମିତ୍ ବାଇକରୁ ଛିଟିକି ପଡ଼ିଥିଲେ ଏବଂ ଟ୍ରାକ୍ଟରର ଚକ ତାଙ୍କ ଉପର ଦେଇ ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଟ୍ରାକ୍ଟର ଚାଳକକୁ ଅଟକ ରଖି ତଦନ୍ତ ଜାରି ରଖିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ , ଦ୍ରୁତଗାମୀ ଟ୍ରାକ୍ଟର ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ଏହି ଅଞ୍ଚଳରେ ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏ ଦିଗରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି।
